ପଦ୍ମପୁର, ୧୫/୧୨ ( ଆଶିଷ କୁମାର ଭୋଇ ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ୍ ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଳବ, ପଦ୍ମପୁର ତରଫରୁ ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ଆଜି ଶେଷ ସନ୍ଧ୍ୟା ରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଓ ଉଚ୍ଚ ଶିକ୍ଷା କ୍ରୀଡା ଓ ଯୁବ ସେବା ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟାବଂଶୀ ସୁରଜ ଏବଂ ମାନ୍ୟବର ଝାରସୁଗୁଡା ବିଧାୟକ ତଥା ଏଫ. ଏ. ଓ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମେ ପଦ୍ମପୁର ଏଥେଲେଟିକ ଏସୋସିଏସନ ର ଉନ୍ନତିକରଣ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ ସହ ଓଡିଶା ସରକାର ଙ୍କ ତରଫରୁ 5କୋଟି 18ଲକ୍ଷ୍ୟ 11ହଜାର ଟଙ୍କା ର ଅନୁଦାନ ରାଶି ର ଫଳକ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଳା ଏବଂ ଏସୋସିଏସନ ର ସମ୍ପାଦକ ଶିରୀଶ କୁମାର ବହିଦାର ଓ ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଉନ୍ମୋଚନ କରିଥିଲେ। ବିଧି ବଦ୍ଧ ଭାବରେ ପଞ୍ଚମ ଲୋକ ମହୋତ୍ସବ ରେ ପଞ୍ଚମ ସନ୍ଧ୍ୟାର ସାଂସ୍କୃତିକ ପର୍ବ କୁ ଶୁଭରମ୍ଭ କରିଥିଲେ। ସ୍ୱାଭିମାନ କଳା ଓ କଳାକାର ଙ୍କର ଏହି ବୋଡାସମ୍ବର ମାଟି ରେ ସାଂସ୍କୃତିକ କଳା ର ଯେଉଁ ଅଙ୍କୁର ପୁର୍ବ ପୂଜ୍ୟ ମାନେ ରୋପଣ କରି ଯାଇଥିଲେ ଏହି ମହା ମଞ୍ଚ ଭଳି କାର୍ଯ୍ୟକ୍ରମ ର ଆୟୋଜନ ସେହି ଅଙ୍କୁର ରୁ ବାହାରିଥିବା ଏକ ଗଛ ରୂପରେ ଦଣ୍ଡାୟମାନ ହୋଇଛି ଯାହା ଆଗକୁ ଏକ ବିରାଟ ବଡ଼ ଦ୍ରୁମ ରେ ନିଶ୍ଚିତ ପରିଣତ ହୋଇ ଅଞ୍ଚଳକୁ କଳା ଓ ସଂସ୍କୃତି ର ଶୀତଳ ଛାୟା ପ୍ରଦାନ କରିବ ବୋଲି ଅତିଥି ମାନେ କହିଥିଲେ। କ୍ଳବ ର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରଥମେ ସମସ୍ତ ଅତିଥି ମା ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରିଥିବା ବେଳେ କଣ୍ଠଶିଳ୍ପୀ ପ୍ରକୃତି ମିଶ୍ର ଏବଂ ଲିପି ବିଭାର ଙ୍କ ଲୋକ ଗୀତ ରୁ ସନ୍ଧ୍ୟା ଆରମ୍ଭ କରିଥିଲେ। ଅବସର ପ୍ରାପ୍ତ ଅଧ୍ୟାପକ ତଥା ବରିଷ୍ଠ କଳାକାର କେଶରଞ୍ଜନ ପଧାନ ଏବଂ ନାଟ୍ୟକାର ଅଶୋକ କୁମାର ବହିଦାର ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରତାପ ନାଥ, ଟେନେସ ପଣ୍ଡା, ସୁରେଶ ସାହୁ ଓ ଏ.ଡି.ଭି.ସୋମେଶ ଚନ୍ଦ୍ର ମହାନ୍ତି, ଜୁବଲୀ ପଣ୍ଡା ସହଯୋଗ କରିଥିବା ବେଳେ ମନିଷ ରଥ, ନିତୁ ସାହୁ, ଦେବାଶିଷ ପଣ୍ଡା, ସୋନାଲିକା ଶବର, ଦୀପକ ଦାସ, ପ୍ରତୀକ୍ଷା ବରିହା, ଗଣେଶ ମେହେର, ପୌଲସ୍ତ ସାହା ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଲାଇ ଥିଲେ। ତେବେ ମହୋତ୍ସବ ପର୍ବ ପୂର୍ବରୁ ମହୋତ୍ସବ କମିଟି ଏବଂ ସହଯୋଗ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ସହ ଚିକିତ୍ସା ପାଇଁ ଲୋକେ କେବେ ଯେମିତି ହଇରାଣ ନହେବେ ଏବଂ ଜୀବନ ବିନ୍ଦୁ ସଦୃଶ୍ୟ ରକ୍ତ ଦାନ ର ମହତ୍ୱ ଯେମିତି ସମସ୍ତେ ବୁଝିବେ ସେହି ପ୍ରୟାସ ରେ ଏହି ଶିବିର ଆୟୋଜିତ ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ବାଣିଜ୍ୟ ମେଳା ଓ ମିନବଜାର ଦେଖିବା ପାଇଁ ପ୍ରତି ଦିନ ଲୋକଙ୍କ ଖୁବ ଭିଡ଼ ଜମୁଛି। ଆଜିର ସାଂସ୍କୃତିକ ପର୍ବ ରେ ନୃତ୍ୟଙ୍ଗନା ଫାଉଣ୍ଡେସନ କଟକ ର ଲକ୍ଷ୍ମୀ ନୃସିଂହ ନୃତ୍ୟ, ଯେନିଥ ଲୟନ୍ସ ଗୁରୁକୁଲ ର ରସରକେଳି ନୃତ୍ୟ, ଦୁଲଫୁଲକଳା ପରିଷଦ ଭୁତିବାହାଲ ର ଡାଲଖାଇ, ପ୍ରତିଭା ଅନୁଷ୍ଠାନ ଆସାମ ର ଜପି ବିହୁ, ଢୋଲ ମୁହୁରି କଳା ପରିଷଦ ବଲାଙ୍ଗିର ର ବଜନିଆ, ଉପାୟ ଅନୁଷ୍ଠାନ ମଣ୍ଡୋସିଲ ର ନୃସିଂହ ମାହାତ୍ମ୍ୟ ଉପରେ ପରିବେଷଣ ଦର୍ଶକ ଙ୍କ ମନ ମୋହିଥିଲା। ତେବେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ରେ କଳାକାର ରାଜେଶ ଗୁର୍ଲ୍ଲା, ରମେଶ ଗୁର୍ଲ୍ଲା, ଓ ସୁରେନ୍ଦ୍ର ସାହୁ ଙ୍କ ସହ ସଂଗୀତ ସମିତି ପଦ୍ମପୁର ର ସମସ୍ତ ସଦସ୍ୟ ବାଦ୍ୟ ଯନ୍ତ୍ର ପରିଚାଳନା କରିଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଙ୍ଗୀତ କ୍ଷେତ୍ର ରେ ନିଜର ଅବଦାନ ପାଇଁ ରମେଶ ଗୁର୍ଲ୍ଲା ଏବଂ ଜଳନ୍ଧର ପଟେଲ ଙ୍କୁ ମାନପତ୍ର ଓ ଉପଢ଼ୋକନ ସହ ସମ୍ମାନିତ କରାଯାଇଥିଲା, ସେହି ପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ବିଭିର୍ନ ପ୍ରତିଯୋଗିତା ମାନଙ୍କରେ ବିଚାରକ ଦାୟିତ୍ୱ ତୁଲାଇଥିବା ଶ୍ରୀ ସୁରେନ୍ଦ୍ର ମୋହନ ଦାସ, ଗଙ୍ଗାଧର ମହାନ୍ତି, ବିଦ୍ୟାଧର ଦାସ, ଶେଷଦେବ ମେହେର, କାର୍ତ୍ତିକ ଦାସ, ପ୍ରୀତିରଞ୍ଜନ ପଧାନ, ଚୁଳ ସୁନ୍ଦର ମେହେର, ଭକ୍ତ ପୁରଣ ସାହୁ, ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ଗୋବିନ୍ଦ ପାଣିଗ୍ରାହୀ, ଜୟକେତନ ତ୍ରିପାଠୀ ପ୍ରମୁଖ ଙ୍କୁ ମୁମେନ୍ତୋ ଦେଇ ସମ୍ମାନିତ କରାଯାଇଥିଲା। ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଳବ ର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଚଳିତ ଲୋକ ମହୋତ୍ସବ କୁ ସଫଳ କରିବା ପାଇଁ ଦିନ ରାତି ଏକ କରି ପରିଶ୍ରମ କରିଥିବା କ୍ଳବ ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇ ଆସନ୍ତା ବର୍ଷ ପୁନଃ କିଛି ନୁଆଁ ପ୍ରତିଭା ନୂଆ କଳାକାର ଓ ନୂଆ ଉତ୍ସାହ ସହ ପୁନଃ ଏହି ମଞ୍ଚକୁ ଶୋଭାମଣ୍ଡିତ କରିବା ପାଇଁ ସମସ୍ତ ଙ୍କୁ ଶୁଭେଚ୍ଛା ଏବଂ ଆଶୀର୍ବାଦ ମାଗିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଟାଉନ୍ କ୍ଲବ ସଭାପତି ତଥା ମହୋତ୍ସବ କମିଟି ର ସଭାପତି ପ୍ରିତେଶ କୁମାର ବହିଦାର ଆବାହକ ଅଶୋକ କୁମାର ମିଶ୍ର, ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ,ସୁବାଷ ପାତ୍ର,ସରୋଜ ମିଶ୍ର,ନରୋତମ ପ୍ରଧାନ,ହରି ସିଂ,କେଶବ ରଞ୍ଜନ ପ୍ରଧାନ,ଅଶୋକ ବହିଦାର,ପ୍ରତାପ ମିଶ୍ର,ନିରୋଜ ଦୋରା,ସୁରେନ୍ଦ୍ର ସାହୁ,ରମେଶ ଗୁର୍ଲ୍ଲା,ବିକାଶ ବହିଦାର,ସୁନୀଲ ଅଗ୍ରୱାଲ,ପ୍ରମୋଦ ମେହେର,ପ୍ରତାପ ନାଥ,ଆଦିତ୍ୟ ରଥ,ଜ୍ୟୋସ୍ନାରାଣୀ କର,ରଞ୍ଜୁ ସେଠ,ନାରାୟଣ ପୁରୋହିତ,ରାଜେଶ ଗୁର୍ଲ୍ଲା,ନିରୋଜ ସିହ୍ନl,ଅଖିଳ ପଟ୍ଟନାୟକ,ଦିନେଶ ବାରିକ,ସୁରଜ ସୁନା,ସୁରେଶ ସାହୁ,ଅମିତ ଗର୍ଗ,ସୌମ୍ୟ ରଞ୍ଜନ ମହାନ୍ତି,ନିଖିଳ ପଟନାୟକ,ନରେଶ ବାରିକ,ଟେନେସ ପଣ୍ଡା,ଯୁଗଳ ସାହୁ,ଚିନ୍ମୟ ସାମଲ,ଅନିଲ ଗର୍ଗ,ଵାରୀଶ ରାଜା,ଲକ୍ଷ୍ମୀକାନ୍ତ ବରିହା, ସରୋଜ ଭୋଇ,ମନୋଜ ବେହେରା,ରୋହିତ ସେଠ,ରାହୁଲ ବହିଦାର,ରାହୁଲ ତାଣ୍ଡି,ସୁରେନନ୍ଦ୍ର ଲୁହାର,ବିନୀତ ପାତ୍ର,ଉଦ୍ଧବ ଡୁଙ୍ଗରି,ରୁଦ୍ରନାରାୟଣ ସାହୁ,ଆୟୁଷ ଯୋଶୀ,ଓମ ସାହୁ,ଶଙ୍କର ରାଉତ,ଡମ୍ୱରୁ ଭୋଇ, ଆଦିତ୍ୟ ବଂଛୋର, କିରନ ଭୋଇ, ବିରେନ ପ୍ରଧାନ,ପ୍ରେମାନନ୍ଦ ବରିହା ପ୍ରମୁଖ ସଦସ୍ୟ ସଫଳ କରିବାରେ ଦାୟିତ୍ୱ ନେଇଥିଲେ।
ବରଗଡ ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ

