ବରଗଡ଼, ୦୫/୧୨ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଭେଲୁଆପଦର ଗ୍ରାମରେ ଦୀର୍ଘ ତିନ ଦିନ ଧରି ଆୟୋଜିତ ଲକ୍ଷ୍ମୀପୂଜା ଆଜି ଉଦଯାପିତ ହୋଇଯାଇଛି । ବ୍ୟାସ ସ୍ଵପ୍ନାରାଣୀ ଯୋଷୀ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ଵାରା ପୁରାଣ ପଠନ ହୋଇଥିଲା । କର୍ତ୍ତା ଭାବରେ ରଞ୍ଜନ ପୁଟେଲ ତାଙ୍କ ସ୍ତ୍ରୀ ମାନା ପୁଟେଲ ଓ ମୀନକେତନ ପୁଟେଲ ତାଙ୍କ ସ୍ତ୍ରୀ ଜୟନ୍ତୀ ପୁଟେଲ କାର୍ଯ୍ୟ ନିର୍ବାହ କରିଥିଲେ । ପୁରୋହିତ ଉଦ୍ଧବ ତ୍ରିପାଠୀ ଓ ଭୀମ ପଣ୍ଡା କାର୍ଯ୍ୟକ୍ରମରେ ପୂଜା ଅର୍ଚ୍ଚନା କରିଥିଲେ । ଦୀର୍ଘ ତିନ ଦିନ ଧରି ଆୟୋଜିତ ଲକ୍ଷ୍ମୀପୂଜାରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ , ସରପଞ୍ଚ ଶରତ କାଳ ଓ ସରୋଜ ସାହୁ ପରିଦର୍ଶନ କରିଥିଲେ । ଶୁକ୍ରବାର ପୁରାଣ ପଠନ ସରିଲା ପରେ ଏକ ସଭା ଆୟୋଜନ ହୋଇଥିଲା । ପଞ୍ଚାୟତ ସମିତି ମହାବିଦ୍ୟାଳୟ ଡ଼. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ କମିଟିର ସଦସ୍ୟ ଆନନ୍ଦ ମଟାରୀ, ନିଶାମଣି ବାଗ, ହେମସାଗର ପୁଟେଲ, ସଦାନନ୍ଦ ପୁଟେଲ , ପଞ୍ଚାନନ ସାହୁ, ଲିଙ୍ଗରାଜ ମିଶ୍ର, ପରମେଶ୍ବର ପୁଟେଲ, ବେଦପତି ମଟାରୀ ଯୋଗ ଦେଇଥିଲେ । ନୂତନ କମିଟିର ସଦସ୍ୟ ତଥା ସଭାପତି ମହେନ୍ଦ୍ର ମଟାରୀ , ସମ୍ପାଦକ ପ୍ରେମାନନ୍ଦ ସାହୁ , କୋଷାଧକ୍ଷ ଭୋଳାନାଥ (ପିଣ୍ଟୁ ) ତଥା ହିମାଂଶୁ ସାହୁ , ଗୋପାଳ ବାଗ, ମାନସ ବାଗ, ସୁରେନ୍ଦ୍ର ପୁଟେଲ, ମକାରୁ ମଟାରୀ, ବଳରାମ ରଣା , ସୁଦାମ ପୁଟେଲ , ଘନଶ୍ୟାମ ରଣା, ଛବିଲ ମଟାରୀ, ବାବୁଲାଳ ବାରିକ, ଦେବେନ୍ଦ୍ର ସାହୁ , ଗଣେଶ ବାଗ , ରୂପାଧର ବରିହା, ଲବ ବାଗ , ସଞ୍ଜୟ ବାଗ , ଶ୍ରୀପତି ସାହୁ , ବ୍ରହ୍ମାନନ୍ଦ ମହାନନ୍ଦ , ଜୟବିହାରୀ ରୋହିଦାସ, ସହ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଖୁବସୁନ୍ଦର ଭାବରେ ସମାପ୍ତି ହୋଇଥିଲା । ତିନି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଯୁବକ ମାନଙ୍କ ସାଧୁ ଉଦ୍ୟମ ପାଇଁ ପୂର୍ବତନ କମିଟି ସଂଯୋଜକ ଜୟକେତନ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ
