Hot Posts

6/recent/ticker-posts

ରାଜ ରାସ୍ତା ରେ ଗର୍ଜିଲେ ଚାଷୀ

ଝରିଗାଁ, ୨୩/୧୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ତିନି ଗୋଟି ବ୍ଲକର କୃଷକ ମହାସଂଘର ସପ୍ତାହ ବ୍ୟାପୀ ଚାଷୀ ଆନ୍ଦୋଳନ ଚକ ଅଖ ବନ୍ଦ କରି ରାସ୍ତାରେ ହୋଲାଇ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ଆଜି ଝରିଗାଁ, ଉମରକୋଟ, ରାଇଘର ବ୍ଲକ ର ବିଭିନ୍ନ ଛକରେ କୃଷକ ସଙ୍ଗର ଆନ୍ଦୋଳନ ରେ ବିଭିନ୍ନ ଅଂଚଳର ଚାଷୀମାନେ ଯୋଗ ଦେଇ ଧାନ ଓ ମକା ବଜେଇ ଗାଡି ରଖି ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ମଣ୍ଡିରେ ଧାନ ଓ ମକା ଉଚ୍ଚିତ ଦରରେ କିଣିବା ଦାବୀ ନେଇ ତିନି ବ୍ଳକର ଶତାବ୍ଦିକ ଚାଷୀ ଅନ୍ଦୋଳନରେ ସାମିଲ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଧାନ ଓ ମକାର MSPଲାଗୁ କରିଥିବା ବେଳେ ତାହା ମଣ୍ଡିରେ କାର୍ଯ୍ୟ କାରୀ ହେଉନଥିବା ସାଙ୍ଗକୁ କଟନୀ ଚଟନୀ ଜରିଆରେ ମିଳମାଳିକ ଓ ଲେମ୍ପାସ କତୃପକ୍ଷ ଚାଷୀଙ୍କୁ ଠକୁ ଥିବାନେଇ ବାରମ୍ବାର ଅଭିଯୋଗ ସର୍ତ୍ତେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ଏବଂ ଧାନ ଓ ମକା ର କୁଣ୍ଟାଲ ପ୍ରତି 3500 ଟଙ୍କା ରେ କିଣିବାକୁ ଧାର୍ଯ୍ୟ କରାଯାଉ। କେନ୍ଦ୍ର ସରକାରଙ୍କ ମକାର ସର୍ବନମ୍ନ ସହାୟକ ମୂଲ୍ୟା ୨୪୦୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ନବରଙ୍ଗପୁର ରେ ୧୭୦୦ ରୁ ୧୮୦୦ ବିକ୍ରି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ମକା ମିଶନ ଆଜି ପର୍ଯ୍ୟନ୍ତ ଝରିଗାଁ ଓ ରାଇଘରରେ ମକା ମଣ୍ଡି ଖୋଲାଗଲା ନାହିଁ ବୋଲି ଚାଷୀ କହିଛନ୍ତି । ଚାଷୀ ସମସ୍ୟାର ବିଭିନ୍ନ ଦାବିନେଇ ଆଜି ଚାଷୀ ରାଜ ରାସ୍ତା କୁ ହୋଲାଇ ଥିବା କହିଛନ୍ତି ଆନ୍ଦୋଳନ କାରୀ ।

.