Hot Posts

6/recent/ticker-posts

ବଡଦିନ ପର୍ବ ବେସ ହର୍ଷ ଉଲ୍ଲାସର ସହ ପାଳିତ |

ନବରଙ୍ଗପୁର, ୨୬/୧୨ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲାର ସମସ୍ତ ଚର୍ଚ୍ଚ ଓ ପ୍ରାର୍ଥନା ଗୃହ ମାନଙ୍କରେ ଚଳିତ ବର୍ଷ ବଡଦିନ ପର୍ବ ବେସ ହର୍ଷ ଉଲ୍ଲାସର ସହିତ ପାଳିତ ହୋଇଯାଇଛି |ଜିଲ୍ଲାର ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀ ଓ ବିଶ୍ୱାସ୍ୱିମାନେ ଆଜି ସକାଳୁ ନୂତନ ବସ୍ତ୍ର ସବୁ ପରିଧାନ କରି ଚର୍ଚ୍ଚ ମାନଙ୍କରେ ଉପସ୍ଥିତ ହେବା ପରେ ଚର୍ଚ୍ଚର ପାଷ୍ଟର ତଥା ପାଳକମାନେ ପ୍ରାର୍ଥନା କରିବା ସହିତ ଯୀଶୁଙ୍କ ଜନ୍ମଦିନ ଗୀତ ସବୁ ଗାଇ ପ୍ରଭୁଙ୍କ ଆଗମନକୁ ସ୍ୱାଗତ ଜଣେଇଛନ୍ତି |ଚର୍ଚ୍ଚ ସବୁକୁ ରଙ୍ଗୀନ ଆଲୋକମାଳାରେ ସୁନ୍ଦର ଭାବେ ସଜେଇ ତହିଁରେ ଶୁକ୍ରତାରା ସବୁ ସ୍ଥାପନ କରାଯାଇଥିଲା ଓ ଚର୍ଚ୍ଚ ମଧ୍ୟରେ ଖ୍ରୀଷ୍ଟମାସ ଟ୍ରି ଗୁଡିକ ମଧ୍ୟ ସଜାଯାଇଥିଲା |ବଡଦିନ ପର୍ବ ଉପଲକ୍ଷେ ବିଭିନ୍ନ ଚର୍ଚ୍ଚ ମାନଙ୍କରେ କମିଟି ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁର ମଧ୍ୟ ଆୟୋଜନ କରାଯାଇଥିଲା |ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଗୀତରେ ନୃତ୍ୟ ପରିବେଷଣ କରିବା ସହିତ ଅନେକ ଖ୍ରୀଷ୍ଟିୟ କଳାକାର ଜନ୍ମଦିନ ଗୀତ ଗାଇ ଦର୍ଶକ ମାନଙ୍କ ମନରଞ୍ଜନ କରିଥିଲେ |ପ୍ରଶାସନ ପକ୍ଷରୁ ମଧ୍ୟ ଯେମିତି ବଡଦିନ ପର୍ବରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ଓ ଶାନ୍ତି ଶୃଙ୍ଖଳା ର ସହ ବଡଦିନ ଟି ପାଳନ ହୋଇ ପାରିବ ସେଥିପାଇଁ ପୂର୍ବ ପ୍ରସ୍ତୁତ କରି ସଜାଗ ରହିଥିଲେ |


ଜିଲ୍ଲା ପ୍ରତିନିଧି ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର