Hot Posts

6/recent/ticker-posts

ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀ ବର୍ଷପୂର୍ତ୍ତି ସମାରୋହ

ବରୀ, ୩୧/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ କିମ୍ଭିରିଆପାଳ ସ୍ଥିତ ନବଭାରତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀ ବର୍ଷପୂର୍ତ୍ତି ସ୍ମୃତି ଉଦେଶ୍ୟରେ ଏକ ସମାରୋହ ପୁରାତନ ଛାତ୍ର ସଂସଦ ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରେ ପାଳିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦ ସଭାପତି ଡ଼ଃ କୈଳାସ ଚନ୍ଦ୍ର ପତିଙ୍କ ସଭାପତିତ୍ବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡଃ ଗିରିଶ ବିହାରୀ ମିଶ୍ର, ବିଦ୍ଯାଳୟର ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଜେନା, ଗଙ୍ଗାଧର ରାଉତ, ବଳରାମ ସାହୁ, ନିଳମଣୀ ଦାସ, ଟିକ ମଲ୍ଲିକ, ଦେବପ୍ରସାଦ ଦାସ, ରବିନ୍ଦ୍ର ମଣ୍ଡଳ, ଗୋପାଳ ଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ପରିଡ଼ା,ଅଭିମନ୍ୟୁ ସାହୁ, ମୁରଲୀଧର ସାହୁ, ସଦାନନ୍ଦ ମଲ୍ଲିକ, ହରିହର ରାଉତ, ବିକ୍ରମ ସାହୁ, ମନୁ ଦାସ, ସୁରେନ୍ଦ୍ର କୁମାର ସାହୁ, ମନୋଜ କୁମାର ସାହୁ, ବଦ୍ରିନାରାୟଣ ବେହେରା, ସୁବଳ ଚନ୍ଦ୍ର ଦାସ, ବିଶ୍ବଭୂଷଣ ନନ୍ଦ, ଶିକ୍ଷୟିତ୍ରୀ ସସ୍ମିତା ସାହୁ, ଦେବେନ୍ଦ୍ର କୁମାର ସାହୁ, କୈଳାସ ଚନ୍ଦ୍ର ନନ୍ଦ, ରାଜକିଶୋର ସାହୁ, ଅହଲ୍ୟା ରାଉତ ପ୍ରମୁଖ ଉପସ୍ଥିତ ରହି ସୁବର୍ଣ୍ଣ ଜୟନ୍ତୀ ସ୍ମୃତିକୁ ମନେପକାଇବା ସହ ଉତ୍ସବ ପାଳନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ପୂଜାର୍ଚ୍ଚନା କରିବା ସହ କେକ୍ କାଟି ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ।