Hot Posts

6/recent/ticker-posts

ସାଂସ୍କୃତିକ ମହୋତ୍ସବ ରେ ଝୁମିଲା ବିନିକା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ସୋନପୁର, ୩୦/୧୨ ( ସଂଜୀବ ପ୍ରଧାନ ) : ବିନିକା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ଅଧ୍ୟାପିକା ବୈଜୟନ୍ତୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଆ ବ୍ୟଙ୍ଗ କବି ଜ୍ଞାନ ହୋତା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା କଲତା,ସମାଜସେବୀ ଚନ୍ଦ୍ରମା ଅଗ୍ରୱାଲ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।ପ୍ରାରମ୍ଭରେ ଅତିଥିଙ୍କ ଦ୍ବାରା ଗଣେଶ,ସରସ୍ୱତୀଙ୍କ ଠାରେ ଦୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା ପରେ ଛାତ୍ରୀ ମାନଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ହୋଇଥିଲା। ଅଧ୍ୟକ୍ଷ ଶ୍ରୀ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିବା ବେଳେ ଶେଷରେ ଅଧ୍ୟାପକ ଅଶୋକ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଉତ୍ସବ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଷ୍ଟାଫ ସହଯୋଗ କରିଥିଲେ।