Hot Posts

6/recent/ticker-posts

ଏନ୍.ଏସ୍.ଏସ୍ ର ମାଗଣା ସ୍ୱାସ୍ଥ୍ୟ ଶିବିର

କର୍ଲାମୁଣ୍ଡା, ୩୧/୧୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ଦିନିଆ ମାଗଣା ସ୍ୱାସ୍ଥ୍ୟ ଶିବିର ତେରେସିଂହା (ରାମପଡା) ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଏନ୍.ଏସ୍.ଏସ୍ ର ସାତ ଦିନିଆ ଶୀତକାଳୀନ ସ୍ୱତନ୍ତ୍ର ଶିବିରର ଏକ କାର୍ଯ୍ୟଧାରା ଅଟେ। ତେରେସିଂହା ପି.ଏଚ.ସି ଓ କର୍ଲାମୁଣ୍ଡା ପି.ଏଚ୍.ସି ର ମିଳିତ ଡାକ୍ତରୀ ଟିମ୍ ଙ୍କ ଉଦ୍ୟମରେ କାର୍ଯ୍ୟକ୍ରମଟି ସଫଳତା ସହ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଏନ୍.ଏସ୍.ଏସ୍ ର କାର୍ଯ୍ୟକ୍ରମ ଅଧିକାରୀ ରବି ମାଝୀଙ୍କ ତତ୍ତ୍ଵାବଧାନରେ କରାଯାଇଥିଲା। କର୍ଲାମୁଣ୍ଡା ସି.ଏଚ୍.ସି ଓ ତେରେସିଂହା ପି.ଏଚ୍.ସି. ଡାକ୍ତର ଟିମ ମାନଙ୍କ ମଧ୍ୟରୁ ଡାକ୍ତର ଚୁଲେଶ୍ଵର ହାତୀ (MBBS), ଫାର୍ମାସିଷ୍ଟ ସୁନିଲ କୁମାର ବାଗ, ବିଜୟ ସାହୁ (ଏମ.ଏଚ.ୟୁ), କୁଳମଣି ସାହୁ (ଏଲ.ଟି), ସୀମା ପଧାନ (ଏନ୍ଏମ), ଗୁଣ୍ଟୁ ବଗର୍ତ୍ତୀ ଓ ମଦନ ସାହୁ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଅଧିକାରୀ ରୋଗୀମାନଙ୍କୁ ଚିକିତ୍ସା ଓ ପରାମର୍ଶ କରିଥିଲେ। ଏନ୍.ଏସ୍.ଏସ୍ ର ସ୍ବେଚ୍ଛାସେବୀ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ଶିକ୍ଷା ଅଧ୍ୟାପକ ସମୀର ପଧାନ, ତୃପ୍ତିମୟୀ ଭୋଇ, ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, କିରାଣୀ ଭୂପିନ୍ଦର ରଣା କର୍ମଚାରୀ ଡୋଲେଶ୍ବର ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ମୋଟ ୩୦୦ ଜଣ ରୋଗୀ ମାନଙ୍କୁ ମାଗଣା ଔଷଧ ବଣ୍ଟନ ଓ ଟେଷ୍ଟ ମଧ୍ୟ କରା ଯାଇଥିଲା।

 କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ