Hot Posts

6/recent/ticker-posts

ବ୍ଲକ ସ୍ତରୀୟ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

କନ୍ଧମାଳ, ୨୧/୧୨ (ଅଚ୍ୟୁତ ଜାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଅନ୍ତର୍ଗତ ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଆଜି ଖଜୁରୀପଡ଼ା ଠାରେ କଲ୍ୟାଣୀ ମଣ୍ଡପ ଠାରେ ଚଳିତବର୍ଷ ଅବସର ଗ୍ରହଣ କରିଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କୁ ସଂଘ ତରଫରୁ ଅବସର କାଳୀନ ବିଦ୍ୟାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ଖଜୁରୀପଡା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ଗୋପୀନାଥ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆଜି ବ୍ଲକ ସ୍ତରୀୟ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବରୁ ସଂଘ ତରଫରୁ ପ୍ରତ୍ୟେକବର୍ଷ ଏଭଳି ଏହି ବର୍ଷ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହି ଭାବବିହ୍ଵଳ ପରିବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର, ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ, ସାମ୍ନାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ମମତା ମଲିକ, ଖଜୁରୀପଡା ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ, ସ୍ୱାସ୍ଥ୍ୟ ପ୍ରତିନିଧି ରାଇକିଶୋର ପ୍ରଧାନ, ପୂର୍ବତନ ସଭାପତି ତଥା ଅବସର ପ୍ରାପ୍ତ ବର୍ଷିଆନ ଶିକ୍ଷକ ଶ୍ରୀ ଉଦୟନାଥ ପଣ୍ଡା, କୋଷାଧକ୍ଷ ତଥା ପୂର୍ବତନ ସଭାପତି ଶ୍ରୀ ବଂଶୀଧର ପଣ୍ଡା, ସମ୍ପାଦକ ଶ୍ରୀ ଘନଶ୍ୟାମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଆର୍ ନୂଆ ଗାଁ ପ୍ରଧାନଶିକ୍ଷକ ତଥା ଉପ ସଭାପତି ଶ୍ରୀ ସୁର ପ୍ରସାଦ ନାୟକ ମଞ୍ଚକୁ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ବାସୁଦେବ ଦାସ, ସଂଯୋଜକ ଅଲେଖ କୁମାର ଦାସ, ସହ ସଂଯୋଜକ ଭୀମସେନ କହଁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଚଳିତ ବର୍ଷ ୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅବସର ନେଇଥିବା ବେଳେ ତ୍ରିନାଥ ରାଉତ, ପୁଷ୍ପିତା ରାଉତ, କୈଳାଶ ଚନ୍ଦ୍ର ସାହୁ,ବିଶ୍ୱନାଥ ନାୟକ, ସଂଯୁକ୍ତା ଦାସ ଏବଂ ପ୍ରଫୁଲ୍ଲ କୁମାର ସାହୁ ଉପସ୍ଥିତ ହୋଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଏବଂ ମାନପତ୍ର, ପୁସ୍ତକ ଆଦି ଗ୍ରହଣ କରିଥିଲେ । ଦିବଂଗତ ଶିକ୍ଷକମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ବ୍ଲକ ଅଧିନସ୍ଥ ଅନେକ ବିଦ୍ୟାଳୟରୁ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ଏବଂ ଅବସର ନେଇଥିବା ଶିକ୍ଷକ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ସହ ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀ କିଭଳି ଭଲ ମଣିଷ ହୋଇ ପାରିବେ ସେଥିପାଇଁ ଶିକ୍ଷକ ମାନଙ୍କ ଭୂମିକା ନେଇ ଆଲୋଚନା ହୋଇଥିବା ବେଳେ ସଂଘ ସଭାପତି ଗୋପୀନାଥ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।