Hot Posts

6/recent/ticker-posts

କଳାହାଣ୍ଡି ଜିଲ୍ଲା ବିଜେଡ଼ି ସମ୍ପାଦକ ପାଇଁ, ଯୁଗଳ କିଶୋର ନାଏକ ମନୋନୀତ

କର୍ଲାମୁଣ୍ଡା, ୩୧/୧୨ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର ନାଏକ ମନୋନୀତ ହୋଇଛନ୍ତି। ସମ୍ପାଦକ ପଦ ପାଇଁ ନାମ ଘୋଷଣା ହେବା ତାଙ୍କ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଶ୍ରୀ ନାଏକ ପୂର୍ବରୁ ଯୁବ ବିଜେଡିର ତେରେସିଂହା ଗ୍ରା.ପ. ସଭାପତି, କର୍ଲାମୁଣ୍ଡା ବ୍ଲକ ର ଯୁବ ସଭାପତି, ଜିଲ୍ଲାର ଉପସଭାପତି, ପରେ ବିଜୁ ଜନତା ଦଳ କର୍ଲାମୁଣ୍ଡା ବ୍ଲକ ସଭାପତି ଭାବରେ କାର୍ଯ୍ୟ କରି ଆସିଥିବା ବେଳେ ବର୍ତ୍ତମାନ ଜିଲ୍ଲା ବିଜୁ ଜନତା ଦଳ ର ସମ୍ପାଦକ ଭାବରେ ନିଯୁକ୍ତି ପାଇଛନ୍ତି। ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ଦଳ ବ୍ଲକ ସ୍ତରରେ ଆହୁରି ସଙ୍ଗଠିତ ହୋଇ ସଫଳତା ହାସଲ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ନାଏକଙ୍କ ଜିଲ୍ଲା ସମ୍ପାଦକ ହେବା ଜାଣି ବିଭିନ୍ନ ମହାଲରୁ ତାଙ୍କ ପାଖକୁ ଶୁଭେଚ୍ଛା ର ସୁଅ ସୁଟୁଛି।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ