Hot Posts

6/recent/ticker-posts

“ପଏଁରୀ ତିହାର–୨୦୨୬ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ: ସାମ୍ବାଦିକ ସମ୍ମିଳନୀରେ ଘୋଷଣା”

ସୁବର୍ଣ୍ଣପୁର, ୩୧/୧୨ ( ସଂଜୀବ ପ୍ରଧାନ ) : ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ, ସଂଗୀତ ଓ ନାଟକ ର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ସ୍ଥାନୀୟ ପଏଁରୀ ଅନୁଷ୍ଠାନ ପରିସରରେ ଆସନ୍ତା କାଲି ଗୁରୁବାର ଜାନୁଆରୀ ୧ରୁ ୩ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ପଏଁରୀ ତିହାର -୨୦୨୬ ପାଇଁ ଆଜି ସମ୍ବାଦିକ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ସୁରେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ତିନି ଦିନ ଧରି ମହା ସମାରୋହ ରେ ପାଳିତ ହେବ l ପ୍ରଥମେ ଜାନୁଆରୀ ୧ ତାରିଖ ରେ ମା ସୁରେଶ୍ୱରୀ ଙ୍କ ପୂଜା ପରେ ମନ୍ଦିର ରୁ ଏକ ଶୋଭାଯାତ୍ରା ବାହାରି ମନ୍ଦିର କ୍ୟାମ୍ପସ ସାଂସ୍କୃତିକ ମଞ୍ଚ ନିକଟ ରେ ପହଞ୍ଚିବ l ପରେ ପରେ ନିଜ ଅଞ୍ଚଳର କଳାକାର ମାନଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ସନ୍ଧ୍ୟା ୫ଟା ରେ ଲୋକ ଗୀତ ଓ ସନ୍ଧ୍ୟା ୭ଟା ରେ ପ୍ରଥମ ସନ୍ଧ୍ୟା ର ଅତିଥି ମାନଙ୍କୁ ନେଇ ସଭା ଓ ପରେ ଲୋକନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସୂଚନା ଦେଇଛନ୍ତି ଅନୁଷ୍ଠାନ ର ସମ୍ପାଦକ ଚୌଧୁରୀ ବିଭାର । ଏହି ସମ୍ମିଳନୀ ରେ ଅନୁଷ୍ଠାନର ସଭାପତି ଲଡ଼ୁକିଶୋର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଉପଦେଷ୍ଟା ତଥା ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇଥିଲେ l ଉପସଭାପତି ପ୍ରଫୁଲ୍ଲ ନାଏକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନ ର ସହ ସମ୍ପାଦକ ପୃଥ୍ୱୀରାଜ ବାଘ, କୋଷାଧକ୍ଷ ସୁଶାନ୍ତ ସାହୁ, କଲଚରାଲ କୋଡିନେଟର ସନ୍ତୋଷ ମିଶ୍ର, ସନ୍ତୋଷ ପାଢ଼ୀ, ଅମିତ ସାହୁ, ସୌମ୍ୟ ରଞ୍ଜନ ସେଠୀ, ଲଳିତ ମେହେର, ଗୋପାଳ ମେହେର ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ମହୋତ୍ସବ ରେ ତିନି ଦିନ ଯାଏ ପ୍ରତିବର୍ଷ ପ୍ରବଳ ଜନ ସମାଗମ ହେଉଥିବା ରୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡ଼ା କଡ଼ି କରାଯାଇଥିବା ଓ ମା ସୁରେଶ୍ଵରୀ ଙ୍କ କ୍ୟାମ୍ପସ ର ସ୍ବଚ୍ଛତା ପାଇଁ ପୌର ପରିଷଦ ସ୍ୱଚ୍ଛ ଭାରତ ସଙ୍ଗଠନ ଓ ପଏଁରି ର ମିଳିତ ସହଯୋଗରେ ଆଜି ଠାରୁ ସଫେଇ ଅଭିଜାନ ଜାରି ରହିଥିବା ଅନୁଷ୍ଠାନ ସଂପାଦକ ତଥା କଳା ସଂସ୍କୃତି ଗବେଷକ ଚୌଧୁରୀ ବିଭାର ମିଡିଆ ଆଗରେ ପ୍ରକାଶ କରି ଛନ୍ତି l