Hot Posts

6/recent/ticker-posts

ଖିପ୍ରିମାଳ ଗ୍ରାମରେ ଆୟୋଜିତ କମାଣ୍ଡୋ ଏଲିଭେଣ୍ଟ କ୍ରିକେଟ କପ୍–୨୦୨୫

ସିନାପାଲି, ୩୧/୧୨ ( ମନୋଜ ମାଝୀ ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖିପ୍ରିମାଳ ଗ୍ରାମରେ ଆୟୋଜିତ କମାଣ୍ଡୋ ଏଲିଭେଣ୍ଟ କ୍ରିକେଟ କପ୍–୨୦୨୫ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଖିପ୍ରିମାଳ ପକ୍ଷରୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ କରାଯାଇଥିଲା ।ଉକ୍ତ ଫାଇନାଲ ମ୍ୟାଚରେ ବୈଗାପଡା ଓ ଗୋର୍ଲା ଦଳ ମଧ୍ୟରେ ହୋଇଥିବା ରୋମାଞ୍ଚକର ସଂଘର୍ଷରେ ଗୋର୍ଲା ୫୭ ରନ୍‌ରେ ବିଜୟ ହାସଲ କରି ଚମ୍ପିୟନ ହୋଇଥିଲା। ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ୍ କରିଥିବା ଗୋର୍ଲା ଦଳ ୫ ଓଭରରେ ସମସ୍ତ ୱିକେଟ ହରାଇ ୫୭ ରନ୍ କରିଥିଲା। ତାହାର ଜବାବରେ ବୈଗାପଡା ଦଳ ୫ ଓଭରରେ ୪ ଟି ୱିକେଟ ହରାଇ ୩୯ ରନ୍‌ରେ ସୀମିତ ରହିଥିଲା। ଅମ୍ପାୟାର ଭାବେ କୁମର ମାଝି ଏବଂ ପ୍ରକାଶ ନିଆଲ ଦାୟିତ୍ୱ ପାଳନ କରିଥିଲେ। ସ୍କୋର ବୋର୍ଡ ପରିଚାଳନାରେ ଗୁଣ ସାଗର ନିଆଲ, ରୋହିତ ଚିନ୍ଦା ( ସଭାପତି ) ଯୋଗେନ୍ଦ୍ର ମାଝୀ, କିଶୋର ମାଝୀ ( କୋଷାଧକ୍ଷ ) ଜଗଦିଶ ନିଆଲ ଓ ତେଜଲାଲ ହେର୍ଣ୍ଣା, ଦୁଷ୍ମନ୍ତ ପୁଞ୍ଜି, ଚକ୍ରଧର ଚିନ୍ଦା , ହିତେଶ ହଂସ, ସୁଶାନ୍ତ ନିଆଲ ସହଯୋଗ କରିଥିଲେ। ଚମ୍ପିୟନ ଗୋର୍ଲା ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ଓ ରନର୍ସଅପ୍ ବୈଗାପଡା ଦଳକୁ ୩ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଫାଇନାଲ ମ୍ୟାଚ ରେ ଏକ ହଜାରରୁ ଅଧିକ କ୍ରିକେଟ ପ୍ରେମୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରି ଖିପ୍ରି ମାଳ ଗ୍ରାମର ଯୁବସମାଜ ଓ ଗ୍ରାମବାସୀଙ୍କ ତନ–ମନ–ଧନ ସହଯୋଗରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଞ୍ଚଳର ପ୍ରଶଂସାର ପାତ୍ର ହୋଇଛି ।