କଳାହାଣ୍ଡି, ୨୮/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ସ୍ଥିତ ଉଗ୍ରେଶନ ଭବନ ଠାରେ ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫ କଳାହାଣ୍ଡି ଜିଲ୍ଲା ଅଭର୍ଥନା ଯାଦବ ମହାସଭା ସଭାପତି ଶ୍ରୀଗିରିଧାରୀ ଗଉଡଙ୍କ ଅଧ୍ୟକ୍ଷତାରେ ୨୭ ଓ ୨୮ ଡିସେମ୍ବର ୨୦୨୫ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। କଳାହାଣ୍ଡି ଜିଲ୍ଲା ଅଭର୍ଥନା ଯାଦବ ମହାସଭା ସମ୍ପାଦକ ଶ୍ରୀତ୍ରିପୁରା ନାଏକ ଉପସ୍ଥିତ ସମସ୍ତ ଯାଦବ ବଂଧୁ ମାନଙ୍କୁ ସ୍ଵାଗତ ଜଣେଇ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମୌସୁଧି ବାଗ, ପୂର୍ବତନ ବିଧାୟକ ଧରମଗଡ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଯାଦବ ସମାଜରେ ଥିବା କୁସଂସ୍କାର ନୀତି ନିୟମକୁ ଯାଦବ ସମ୍ବିଧାନ ରୁ ବାଦ୍ ଦେବା ଓ ନୂତନ ନିୟମ ନୀତିକୁ ସାମିଲ କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ନିଶା ମୁକ୍ତ ସମାଜ ଗଠନ, ଯୌତୁକ ପ୍ରଥା ବିଲୋପ, କୌଳିକ ବୃତ୍ତି,ଆର୍ଥିକସ୍ଥିତି, ସାମାଜିକ ସ୍ଥିତି, ଜାତି ପ୍ରମାଣ ପତ୍ର,ଜାତିଭିତ୍ତିକ ଜନଗଣନା, ବୃତ୍ତିଗତ ଶିକ୍ଷା,ଦାଦନ ସମସ୍ୟା, ବାଲ୍ୟ ବିବାହ ନ କରିବା, ଯାଦବ ସମାଜର କଳା ସଂସ୍କୃତି କୌଶଳକୁ ପୁନରୁଦ୍ଧାର କରିବା ପ୍ରମୁଖ ବିଷୟରେ ଗ୍ରାମସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଚେତନା କରିବା,ଯୁବ ଯାଦବ ଓ ମହିଳା ମାନଙ୍କୁ ସକ୍ରିୟ ହେବା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି, ସଂପାଦକ, ପୌରପାଲିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବ୍ଲକ ସ୍ତରୀୟ କର୍ମକର୍ତ୍ତା, ବୁଦ୍ଧିଜିବୀ,ଯୁବ ଯାଦବ କର୍ମକର୍ତ୍ତା ତଥା ଜାତିପ୍ରେମୀ ଯାଦବ ବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

