Hot Posts

6/recent/ticker-posts

ଶିକ୍ଷକଙ୍କ ଦାବି ପୂରଣ ନିମନ୍ତେ ବାଲୁକା କଳା ମାଧ୍ୟମରେ ପ୍ରତିବାଦ

କର୍ଲାମୁଣ୍ଡା, ୧୧/୧୨ (ସୁଶାନ୍ତ ରଣା): ଛଅ ବର୍ଷର ଠିକା ସମୟ ଅବଧିକୁ ନିୟମିତ ଚାକିରୀ ଗଣନାକରି ଛଅ ଗୋଟି ନୋଶନାଲ ଇନ୍କ୍ରିମେଣ୍ଟ ପ୍ରଦାନ ତଥା ୪୨ ଶହ ଗ୍ରେଡ଼- ପେ ହାରରେ ଦରମା ପ୍ରଦାନ ଦାବୀରେ ବିଧାନସଭା ସମ୍ମୁଖରେ ସପ୍ତାହ ବ୍ୟାପି ଚାଲିଥିବା ଶିକ୍ଷକ ଆନ୍ଦୋଳନ ସରକାରଙ୍କ ପ୍ରତିଶୃତି ପରେ ପ୍ରତ୍ୟାହୃତ ହୋଇଥିଲେ ହେଁ ସରକାର ବାରମ୍ବାର ପ୍ରତିଶୃତି ଦେଇ ଶିକ୍ଷକଙ୍କୁ ପ୍ରତାରଣା କରୁଥିବାର ଅଭିଯୋଗ କରୁଛନ୍ତି ଶିକ୍ଷକ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶିକ୍ଷକ ଓମ ପ୍ରକାଶ ସାହୁ ବାଲୁକା କଳା ମାଧ୍ୟମରେ ନିଆରା ପ୍ରତିବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଓଡିଶାର ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଦେଶର ସମସ୍ତ ରାଜ୍ୟ ତୁଳନା ରେ ଅଧିକ ଥିବାବେଳେ ଶିକ୍ଷକଙ୍କ ଦରମା କାହିଁକି ୨୨ଟି ରାଜ୍ୟର ତଳେ ରହିଛି ବୋଲି ପ୍ରତିବାଦ କରିଛନ୍ତି।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ