Hot Posts

6/recent/ticker-posts

ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା

ବରୀ, ୧୧/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଗୋଳକୁଣ୍ଡ ସ୍ଥିତ ଅଭିମନ୍ୟୁ ସାଂସ୍କୃତିକ ଆନୁକୁଲ୍ୟରେ ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବିଦ୍ୟାଳୟ ସ୍ତରୀୟ ପ୍ରତି ଯୋଗିତା ଆନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଷଷ୍ଠ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ଛାତ୍ର ଓ ଛାତ୍ରୀଙ୍କୁ ନେଇ କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗ ରେ ବକ୍ତୃତା, ନୃତ୍ୟ, କଣ୍ଠ ସଂଗୀତ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବରୀ, ଯାଜପୁର, ଧର୍ମଶାଳା, ରସୁଲପୁର ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।  ଏଥରେ କୃତି ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃ ସଂସ୍କୃତିର ପ୍ରସାର କରିବା ମୁଖ୍ୟ ଉଦ୍ଦେଶ୍ୟ । ପ୍ରତିଯୋଗୀ ମାନଙ୍କୁ ଆସନ୍ତା ସନ୍ତା ମାଘ ସପ୍ତମୀ ଦିନ ଅଭିମନ୍ୟୁ ଜୟନ୍ତୀ ଅବସର ରେ ଅତିଥ୍‌ ମାନଙ୍କ ଦ୍ବାରା ପୁ ର ସ୍କୃତ କରାଯିବ । ଉକ୍ତ କାର୍ଯ୍ୟକ୍ରମକୁ ବିଜୟ କୁମାର ଜେନା, ଉମେଶ ଚନ୍ଦ୍ର ଜେନା, ଅଞ୍ଜନ କୁମାର ଜେନା, ଭଞ୍ଜ କିଶୋର ଦାଶ, ବିଜୟ କୁମାର ନାୟକ ଓ ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ ।