Hot Posts

6/recent/ticker-posts

ଦିବ୍ୟ ଜୀବନ ସଙ୍ଘର କାର୍ଯ୍ୟକ୍ରମ।

ଜୟପୁର, ୨୨।୧୨ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ସୁନାବେଡା ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଦିବ୍ୟ ଜୀବନ ସଂଘ ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସଭାପତି ବିପ୍ର ଚରଣ ପତ୍ର ଓ ମହିଳା ସଖା ସବନେତ୍ରୀ କମଳା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଙ୍ଘର ବିଶ୍ୱ ସଧାରଣ ସମ୍ପାଦକ ସ୍ୱାମୀ ଅଦ୍ୱୈତନନ୍ଦ ଜୀ ମହାରାଜ,ସଚିବ ଅକ୍ଷୟ।ନନ୍ଦ ଜୀ ମହାରାଜ,ସଦସ୍ୟ ଲୋକନାଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ପ୍ରତିଦିନ ଭଗବାନଙ୍କୁ ଦର୍ଶନ କରିବା, ଧରଣୀମାତା, ପିତାମାତା, ଗୁରୁଜନଙ୍କୁ ପ୍ରଣାମ କରିବା, ପ୍ରାର୍ଥନା କରିବା, ପରୋପକାର କରିବା,କାହାର ଅନିଷ୍ଟ ନ କରିବା, ଗୁରୁଜନଙ୍କୁ ସମ୍ମାନ କରିବା ଏବଂ ସର୍ବୋପରି ରାଷ୍ଟ୍ର ହିତ ପାଇଁକାର୍ଯ୍ୟ କରିବା ନିମନ୍ତେ ସ୍ୱାମୀଜୀ ଶିଶୁ ମାନଙ୍କୁ ଉପଦେଶ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଲଷ୍ମୀକାନ୍ତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ମିତାଞ୍ଜଳି ପାଢ଼ୀ, ପୁଷ୍ପଲତା ପାତ୍ର, ଗନିତା ନାୟକ,ପ୍ରିୟଙ୍କା ମହାପାତ୍ର,ମନୀଶା ପାଣି,ସ୍ଵର୍ଣମୟୀ ସତପଥୀ,ଯମୁନା ହାଂ ସଦା,ଗାୟତ୍ରୀ ମହାନ୍ତି,ରାଜଳଷ୍ମୀ ଦ।ଶ ପ୍ରମୁଖ ଆଚାର୍ଯ୍ୟ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।