Hot Posts

6/recent/ticker-posts

ଜୟପୁର ଲରି ଓନର୍ସ ଆସୋସିଏସନ-ଆମ ଓଡିଶା ରକ୍ତଦାନ ଶିବିର

ଜୟପୁର, ୨୨।୧୨ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ଜୟପୁର ଲରି ଅନର୍ସ ଆସୋସିଏସନ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୟପୁର ଲରି ଅନର୍ସ ଆସୋସିଏସନ, ସମ୍ବାଦ-ଆମ ଓଡିଶା ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରୁ ୩୩ ୟୁନିଟ ରକ୍ତ ସ˚ଗ୍ରହ ହୋଇଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଡ୍ରାଇଭର ଭାଇ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବିଶେଷ କରି ମହିଳା ମାନେ ବେଶ ଆଗ୍ରହର ସହ ରକ୍ତଦାନ କରିବା ସହ ଖୁସି ହୋଇଥିଲେ। ରକ୍ତଦାନର ଏହି ଖୁସିର ମୁହୁର୍ତ୍ତକୁ ମୋବାଇଲରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏଥିସହ ଜୟପୁର ଲରି ଅନର୍ସ ଆସୋସିଏସନର କର୍ମକର୍ତ୍ତା ମାନେ ମଧ୍ୟ ରକ୍ତଦାନ କରିଥିଲେ। ଶିବିରକୁ ଜୟପୁର ଲରି ଅନର୍ସ ଆସୋସିଏସନର ସ˚ପାଦକ ମୀନକେତନ ଦାସ ଉଦଘାଟନ କରିଥିଲେ। ଆସୋସିଏସନର ସଭାପତି ସୂର୍ଯ୍ୟ ପ୍ରକାଶ,ଉପସଭାପତି ଜି. ରମେଶ କୁମାର, ଯୁଗ୍ମ ସ˚ପାଦକ ଏସ.ସତୀଶ କୁମାର,କୋଷାଧ୍ୟକ୍ଷ ଏସ. ରାମକ୍ରୀଷ୍ଣା, ସମ୍ବାଦ ଜୟପୁର ସହର ପ୍ରତିନିଧି ତରୁଣ କୁମାର ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ। ରକ୍ତଦାନ କେନ୍ଦ୍ରରେ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଶିବିର ପରିଚାଳନାରେ ଜୟପୁର ଲରି ଅନର୍ସ ଆସୋସିଏସନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ରକ୍ତଭଣ୍ତାର ପକ୍ଷରୁ ପ୍ରତିଭା ପାତ୍ର, ଅଭୟ ଚରଣ ପଣ୍ତା, ଗୁରୁ ପରଜା ଉପସ୍ଥିତ ରହି ରକ୍ତ ସ˚ଗ୍ରହ କରିଥିଲେ। ରକ୍ତଦାତା ଜୀବନଦାତା ଆର. ରାଜେଶ୍ବର, ଗୁପ୍ତ କଣ୍ତାରି, ପି. କ୍ରୀଷ୍ଣା ପାତ୍ର, ଏ. ଭାନୁ, ପପୁ ବେହେରା, ଏମ. ଆଦିନାରାୟଣା, ରଶ୍ମିତା ହୋତା, ଜଗା ବୈରାଗୀ, ଟି. କାର୍ତ୍ତିକ, କୃଷ୍ଣ ଖରା, ଜି. ରମେଶ କୁମାର, ଲୋକେଶ ଦଳେଇ, ସୁନ୍ଦର ସାନ୍ତା, ଏସ. ସତିଶ,ଏ. ସତିଶ କୁମାର, ସଦାଶିବ ନାୟକ,ନାରାୟଣ ପୁଜାରୀ, ଏସ. ଚିଟି ରମେଶ, କବୈଲ୍ୟ କମାର, ଗଣପତୀ ନାୟକ, ଏମ. ପ୍ରସାଦ, ଏମ. ରଘୁନାଥ, ଏ.ହରିନାରାୟଣ ରାଓ, ଜି. ଶ୍ରୀନିବାସ, ଏସ. ଗାୟତ୍ରୀ,ଏସ. ଜ୍ୟୋତି, ଏସ. ରାମକ୍ରୀଷ୍ଣା,ଏ. ରାମକ୍ରୀଷ୍ଣା, ଜି.ମୋନିକା,ଜି. ବିଜୟା,ଏସ. ଅଭିରାମ,