Hot Posts

6/recent/ticker-posts

ଜମଲା ଶ୍ରୀ ଅରବିନ୍ଦ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଯାପିତ

ପଦ୍ମପୁର, ୨୧/୧୨ ( ଭାଗିରଥି ଭୋଇ ) : ପଦ୍ମପୁର ଅନ୍ତର୍ଗତ ଜମଲା ଶ୍ରୀ ଅରବିନ୍ଦ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି।ଏହି କ୍ରୀଡା ଉତ୍ସବ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗ ରେ ଅଂଶଗ୍ରହଣ ନିଜ କ୍ରୀଡା ନୈପୁଣ୍ୟତା ର ପରିଚୟ ଦେଇଥିଲେ। ଉଦଯାପନୀ କାର୍ଯ୍ୟକ୍ରମ ରେ ପ୍ରମୋଦ ପୁରୋହିତ ମୁଖ୍ୟ ଅତିଥି ବିନୋଦ ବିହାରୀ ବେହେରା,ସତ୍ୟ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।ଅଧ୍ୟକ୍ଷ ବୈଶାଖୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କ୍ରୀଡା ସମାରୋହ ରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। 


ବରଗଡ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ