ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ
ବରୀ, ୨୧/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ନବଭାରତୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଜେନାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋଲଖ ଚନ୍ଦ୍ର ସାହୁ, ମୁଖ୍ୟଵକ୍ତା ଶିକ୍ଷାବିତ ଶଙ୍କର୍ଷଣ କର, ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରିବେଶବିତ ଡ଼କ୍ଟର ଗିରିଶ ବିହାରୀ ମିଶ୍ର ,ସିଆରସିସି ସୁଦର୍ଶନ ପାଢ଼ୀ, ଶିକ୍ଷକ ଅନିଲ ଷଡ଼ଙ୍ଗୀ, , ଦୁଃଖିଶ୍ୟାମ ସାହୁ, ପ୍ରମୋଦ ଧଳ, କୈଳାଶ ଚନ୍ଦ୍ର ଦାସ, ଅର୍ଜୁନ ଚରଣ ବେହେରା, ଅଜୟ କୁମାର ସାହୁ, ପୁରାତନଛାତ୍ର ଗୋପାଳ ଚନ୍ଦ୍ର ସାହୁ, ଚିତ୍ତ ରଞ୍ଜନ ପରିଡା, ବିକ୍ରମ ଚରଣ ସାହୁ, ହରିହର ରାଉତ, ସଦାନନ୍ଦ ମଲ୍ଲିକ, ସୁବଳ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ କ୍ରୀଡା ଦ୍ୱାରା ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l ଦେଵେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ସ୍ୱର୍ଗତ ରାମଚନ୍ଦ୍ର ପରିଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନବମ ଶ୍ରେଣୀର କୃତିଛାତ୍ର ଅମିତ ସାହୁ, ଦଶମ ଶ୍ରେଣୀ ଛାତ୍ର ଦେବୀ ପ୍ରସାଦ ନାୟକ ଙ୍କୁ, ସମାଜସେବୀ ଚିତ୍ତ ରଞ୍ଜନ ପରିଡା ଉଭୟ କୃତି ଛାତ୍ରଙ୍କୁ ଅର୍ଥ ରାଶି ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ କ୍ରିଡ଼ା ଶିକ୍ଷୟିତ୍ରୀ ମନସ୍ମିତା ମହାନ୍ତି ଖେଳକୁ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସସ୍ମିତା ସାହୁ, ଅଞ୍ଜଳି ନାୟକ, ପ୍ରଜ୍ଞା ପରମିତା ସାହୁ, ନର୍ମଦା ତ୍ରିପାଠୀ, ରଶ୍ମିତା ପାଣି, କ୍ରିଷ୍ଣା ଜେନା, ସୋମ୍ୟଶ୍ରୀ ପୋଥାଳ,କୈଳାଶ ନନ୍ଦ, ଅହଲ୍ୟା ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l