Hot Posts

6/recent/ticker-posts

ମଦ ପାଉଚ ଜବତ, ଅଭିଯୁକ୍ତ ଫେରାର୍

କର୍ଲାମୁଣ୍ଡା, ୧୯/୧୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧିନସ୍ଥ ପୈାରକେଲା ଢିପୁପଡା ଠାରେ ବେଆଇନ ଭାବେ ଚାଲାଣ ହେଉଥିବା ୪୦୪ ଦେଶୀ ମଦପାଉଚ ଗ୍ରାମବାସୀଙ୍କ ସହାୟତାରେ ରିଷିଡା ପୋଲିସ ଜବତ କରିବା ସହିତ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି। ଏଥିରେ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକାଙ୍କ ନେତୃତ୍ବରେ ବାହାର ଜିଲ୍ଲା ରୁ ବେଆଇନ ଭାବରେ ଆଣୁଥିବା ପୋରକେଲା ଗ୍ରାମ ର ଅନୁପ କଅଁର ନାମକ ବ୍ୟକ୍ତିଙ୍କଠାରୁ ୪୦୪ ବିଷାକ୍ତ ଦେଶୀ ମଦ ପାଉଚ ଜବତ କେସ ନମ୍ବର ୩୧୨ ରୁଜୁ କରି ଜବତ କରିଛନ୍ତି। ଏଥି ସହିତ ଅନୁପ କଅଁର ଫେରାର ଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ଟିମରେ କନେଷ୍ଟବଳ, ସୁନୀଲ କୁମାର ବାଗ, ହୋମଗାର୍ଡ ଚକାମନ ଭୋଇ ପ୍ରମୁଖ ସାମିଲ ଥିଲେ।