Hot Posts

6/recent/ticker-posts

ଗଜାନନ କ୍ରିକେଟ୍ କପ୍ ଭୋଇରମୁଣ୍ଡା: ବଡ ଡୁଙ୍ଗୁରୀଗୁଡା ଦଳ ଚମ୍ପିୟାନ

କର୍ଲାମୁଣ୍ଡା, ୧୪/୧୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରାମ ପଞ୍ଚାୟତ ଭୋଇରମୁଣ୍ଡା ର ଗଜାନନ ଯୁବକ ସଂଘ ପକ୍ଷରୁ ଚାଲିଥିବା ଦ୍ଵିତୀୟ ତମ ଗଜାନନ କ୍ରିକେଟ୍ କପ୍ ଭୋଇରମୁଣ୍ଡା ୨୦୨୫ ରବିବାର ଉଦଯାପିତ ହୋଇଯାଇଛି। ଗତ ୦୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ୍ ଖେଳ ରବିବାର ଫାଇନାଲ ମ୍ୟାଚ୍ ବଡ ଡୁଙ୍ଗୁରୀଗୁଡା ଓ ତେରେସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବଡ଼ ଡୁଙ୍ଗୁରୀଗୁଡା ଦଳ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ର ନିଷ୍ପତି ନେଇ ପଡ଼ିଆ କୁ ଓହ୍ଲାଇଥିଲା। ତେରେସିଙ୍ଗା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ୧୦ ଓଭର ରେ ୬ ୱିକେଟ୍ ହରାଇ ୯୦ ରନ ର ସଂଗ୍ରହ କରିଥିଲା। ବଡ଼ ଡୁଙ୍ଗୁରୀଗୁଡା ଦଳ ୯୧ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଦୁଇ ବ୍ୟାଟ୍ ମ୍ୟାନ୍ ପଡିଆକୁ ଓଲ୍ଲେଇଥିଲେ। ବଡ଼ ଡୁଙ୍ଗୁରୀଗୁଡା ଦଳ ୭ ୱିକେଟ୍ ରେ ଦଶମ ଓଭର ର ପ୍ରଥମ ବଲ କୁ ୬ ରନ୍ କରି ସୁଜିତ୍ ନିଜ ଟିମ୍ କୁ ଚାମ୍ପିୟନ୍ କରିଥିଲେ। ମ୍ୟାନ ଅପ୍ ଦ ମ୍ୟାଚ୍ ସୁବ୍ରତ ନାଗ୍ ପାଇଥିବା ବେଳେ ମ୍ୟାନ ଅପ୍ ଦି ସିରିଜ୍ ମନୋରଞ୍ଜନ ଗହିର ଘୋଷିତ ହୋଇଥିଲେ। ଉଭୟ ଦଳକୁ ସମସ୍ତ ଅତିଥିଙ୍କ ଦ୍ଵାରା ଟ୍ରଫି ସହ ଚେକ୍ ପ୍ରଦାନ କରାଯାଇଥିଲା। ଏହି ଫାଇନାଲ ମ୍ୟାଚ୍ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି, ରେଗଡା ସରପଞ୍ଚ ଶ୍ରୀମତୀ ଦିପ୍ତିରାଣୀ ସାହୁ, ଯୁବ ସମାଜସେବୀ ନୀଳ ମାଧବ ସିଂହଦେଓ, ନୀଳାମ୍ବର ବେହେରା, ପୂର୍ବତନ ସରପଞ୍ଚ ସୁଶାନ୍ତ ପରିଡା, ଏଡିଇଓ ଗୁଣନିଧି କୁମାର, ଭିକାରୀ କୁମାର, ଖୁସିରାମ ସାହୁ, ମହାଦେବ ସାହୁ, ତରୁଣୀ ସାହୁ, ଘନ ସାହୁ, ଜଗତରାମ ସାହୁ, ଦୁର୍ଜନ ସାହୁ, କରୁଣା ସାହୁ, ଲିଙ୍ଗରାଜ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବୀର କିଶୋର ଦୀପ ଓ ଘନଶ୍ୟାମ ଭୋଇ ଖେଳ ପରିଚାଳନା କରିଥିଲେ। ସ୍କୋର ବୋର୍ଡ ଦାୟିତ୍ଵରେ କ୍ଷିତିସ ମାଝୀ ରହିଥିବା ବେଳେ ଗୁଣନିଧି କୁମାର ଓ ଦେବରାଜ ବିଭାର ଧାରାବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବକୁ ଗୋଲ୍ଡି ଦୀପ ପରିଚାଳନା କରିଥିବା ବେଳେ ଅଶୋକ ସାହୁ ଅତିଥି ପରିଚୟ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ସଫଳ କରିବାରେ ଅଭିମନ୍ୟୁ ସାହୁ, ରାଜେଶ ସାହୁ, ମୁକେଶ କୁମାର, ରତ୍ନା ସାହୁ, ଜଳନ୍ଧର ସାହୁ, ବିଶ୍ଵାମିତ୍ର ସାହୁ, ଜଗଦୀଶ ଭୁଏ, ଧନଶାଗର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମସ୍ତ ଅତିଥିଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲା। ସଂଘ ସଭାପତି ଗିରିଧାରୀ ସାହୁ ଓ ସମ୍ପାଦକ ଅଶୋକ ସାହୁ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ