ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ଚକାପାଦ, ୨୨/୧୨ ( ବାଳକୃଷ୍ଣ କହଁର ) : ଚକାପାଦ ବ୍ଲକ ଶଙ୍କରାଖୋଲ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। କାର୍ଯକ୍ରମ ଟି ସ୍କୁଲ ର ପ୍ରଧାନ ଶିକ୍ଷକ ସ୍ଵଭାଗ୍ୟ ରଞ୍ଜନ ଖମାରୀ ଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜାନକୀ ପ୍ରଧାନ, ବକ୍ତା ଭାବେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ସନ୍ତୋଷ କୁମାର ପ୍ରଧାନ, ସମ୍ମାନିତ ଅତିଥି ସ୍କୁଲ୍ ସଭାପତି ବିଷ୍ଟନୁ ଚରଣ ଦିଗାଲ,ସମିତି ସଭ୍ୟ କିରାପ ପ୍ରଧାନ , ପୁର୍ବତନ ନାଏବ ସରପଞ୍ଚ ତରସିଲା ପ୍ରଧାନ , ୱାଡ ମେମ୍ବର ନୟନା ଦିଗାଲ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଖେଳ ଶିକ୍ଷକ ଶ୍ୟାମ ସୁନ୍ଦର ଶାହା ପରିଚାଳନା କରିଥିବା ବେଳେ ଏଥିରେ ଅଖାଦୌଡ, ଯାବଲିନ, 100 ମିଟର ଦୌଡ , ନାଚ,ଗୀତ ତଥା ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ,ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଦିଆଯାଇଥିଲା ଶେଷରେ ଶିକ୍ଷୟତ୍ରୀ ମୋନାଲିସା କହଁର ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।