Hot Posts

6/recent/ticker-posts

ସରସ୍ୱତୀ ବାବା ଶିଶୁୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ବରୀ, ୨୨/୧୨ ( ରଂଜିତ ମହାନ୍ତି ) : ବହିରେ ଥିବା ଜ୍ଞାନ ଜ୍ଞାନ ନୁହେଁ, ତାହା ହେଉଛି ସୂଚନା । ଗୁରୁଙ୍କର ବିକଳ୍ପ ନାହିଁ କିନ୍ତୁ ଶିକ୍ଷକମାନଙ୍କର ବିକଳ୍ପ ଅଛି । ଜୀବନ ହେଉଛି ଶ୍ରେଷ୍ଠ ବିଦ୍ୟାଳୟ ବୋଲି ସରସ୍ୱତୀ ବାବା ଶିଶୁୁ ବିଦ୍ୟାମନ୍ଦିରର ଏକାଦଶ ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ଫକିର ମୋହନ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୂଳପତି କୁମରବର ଦାସ ପ୍ରକାଶ କରିଛନ୍ତି ।  ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ନାଥପୁର କେନ୍ଦୁଆଠାରେ ଥିବା ସରସ୍ୱତୀ ବାବା ଶିଶୁୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ କିଶୋର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଫକିର ମୋହନ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୂଳପତି କୁମରବର ଦାସ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତାଭାବେ ଶିକ୍ଷା ବିକାଶ ସମିତି ଓଡ଼ିଶାର ପ୍ରାନ୍ତ ଖେଳକୁଦ ପ୍ରମୁଖ ସଂଗ୍ରାମ କେଶରୀ ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ଦାସ,ଶିଶୁ ସାହିତ୍ୟିକ ଡକ୍ଟର ଅଜୟ କୁମାର ଜେନା, ସରପଞ୍ଚ କୁନା ମଲିକ ଓ ସମିତିସଭ୍ୟ ଶ୍ରୀଧର ସେଠୀ ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କ ମଧ୍ୟରେ ଥିବା ସୃଜନୀ ଶକ୍ତିକୁ ବୃଦ୍ଧି କରିବା କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ ଶିକ୍ଷକ ଦୁଯ୍ୟୋଧନ ଦଳେଇ ଓ ଅଜୟ କୁମାର ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ନବୀନ ଚନ୍ଦ୍ର ବିଦ୍ୟାପୀଠର ପ୍ରଧାନଶିକ୍ଷକ ମନୋଜ କୁମାର ବେହେରା ଓ ବିଦ୍ୟାଳୟର ଗୁରୁଜୀଗୁରୁମାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶିକ୍ଷକ ଦିନବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ନାଟ୍ୟଗୁରୁ ଅଭୟ ଶତପଥିଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା ।