Hot Posts

6/recent/ticker-posts

ବାର୍ଷିକ ଖେଳ ପ୍ରତିଯୋଗୀତା ଉଦଯାପିତ

ଚକାପାଦ, ୨୨/୧୨ ( ବାଳକୃଷ୍ଣ କହଁର ) : ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ନିକଟ ରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଦୁଇ ଦିନିଆ ବାର୍ଷିକ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି। ଏହାକୁ ପ୍ରଧାନ ଶିକ୍ଷୟିତ୍ରୀ ମମତା ବେହେରା ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଗଣେଶ ପ୍ରଧାନ, ସରପଞ୍ଚ ଜାନକୀ ପ୍ରଧାନ, ସ୍କୁଲ ସଭାପତି ନଳଦେବ କହଁର,ନାଏବ ସରପଞ୍ଚ ମାଲେଶ୍ୱର କହଁର, ସାମ୍ୱାଦିକ ବାଳକୃଷ୍ଣ କହଁର, ମନୋଜ କୁମାର ଗୌଡ,ବିଜେପି ବ୍ଲକ ସଭାପତି ସର୍ବେଶ୍ଵର କହଁର ପ୍ରମୁଖ ଯୋଗଦେଇଥିଲ। ଏଥିରେ କବାଡି, ଡିସକସ ଥ୍ରୋ, ବେଡ ମିଣ୍ଟନ, ଅଖା ଦୌଡ, ଲଙ୍ଗ ଜମ୍ପ , ସଟଫୁଟ, ଭଲିବଲ, ମିଉଜିକ ଚେୟାର ପ୍ରତିଯୋଗିତା ହୋଇଥିଲା। ଏଥିରେ ଛାତ୍ରୀ ରୁଚିତା ପ୍ରଧାନ ଚମ୍ପିୟନ ହୋଇଥିବା ବେଳେ, ପ୍ରଥମ,ଦ୍ଵିତୀୟ , ତୃତୀୟ ଛାତ୍ରୀ ଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହାକୁ ଶିକ୍ଷୟତ୍ରି ରାଜଶ୍ରୀ ଆଚାର୍ଯ୍ୟ, ଶିକ୍ଷକ ମନୋଜ କୁମାର ସାହୁ, ଖେଳ ଶିକ୍ଷୟତ୍ରି ରଶ୍ମିତା ରାଉତ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ