ବାଇକ ରୁ ପଡି ଦୁଇ ଯୁବକ ଗରୁତର
ଝରିଗାଁ, ୧୫/୧୨ ( ନକୁଳ ଭତ୍ରା ) : ଭରସାମ୍ୟ ହରାଇ ବାଇକ ରୁ ଖସି ଦୁଇ ଯୁବକ ଗ୍ରୁତ ହୋଇଥିବା ସୂଚନା ମିଳିଛି |ସୂଚନା ପ୍ରକାରେ ଗତ କାଲି ଅପରାହ୍ନ 3ଘଣ୍ଟା ସମୟରେ ଝରିଗାଁ ଡାବୁଗାଁ ମୁଖ୍ୟ ରାସ୍ତାରେ ଘଟିଛି |ଏହି ଦୁର୍ଘଟଣା ଝରିଗାଁ ଠାରୁ ବୋରିଗୁମା ଯାଉଥିବା ବେଳେ କୁତ୍ରିଚାପର ପଂଚାୟତ କଲେଗାଁ ନିକଟ ବୁଲାଣୀ ରାସ୍ତା ରେ ସାମ୍ନାଆଡୁ ଆସୁଥିବା ବାଇକ ଚାଳକୁ ବଞ୍ଚାଇବାକୁ ଯାଇ ବାଇକ ଭରସାମ୍ୟ ହାରିବା ଫଳରେ ଦୁଇ ଯୁବକ ଗାଡ଼ିରୁ ଛିଟିକି ରାସ୍ତାରେ କଚାଡି ହୋଇପଡ଼ିଥିଲେ |ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଯୁବଙ୍କୁ ଅଗ୍ନିଶମ ଗାଡ଼ିରେ ଆଉ ଅନ୍ୟ ଜଣା ଯୁବଙ୍କୁ ବାଇକ ସହାୟତରେ ଝରିଗାଁ ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ର କୁ ନିଆଯାଇଥିଲା |ତେବେ ଜଣେ ଯୁବଙ୍କ ଡାହାଣ ଗୋଡ ଭାଙ୍ଗି ଯାହାଇଥିବା ବେଳେ ବାଇକ ପଛରେ ବସିଥିବା ଯୁବକର ବାମ ଆଖି ଓ କପାଳରେ ଆଘାତ ଲାଗିଛି |ଗୋଡ ଭାଙ୍ଗି ଆହତ ହୋଇ ଥିବା ଯୁବକ ଜଣକ ହେଲେ କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ଆଉଳି ପଂଚାୟତ ଅନ୍ତର୍ଗତ ଗିରିଲିଗୁଡା ଗ୍ରାମର ବଳିରାମ ଜାନି (27)ଏବଂ ଅନ୍ୟ ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ପାପାଫହାଣ୍ଡି ବ୍ଲକ ପାତ୍ରୀ ପଂଚାୟତ ସଦର ମହକୁମା ର କିଶୋର ହରିଜନ (22)ବୋଲି ଜଣାପଡିଛି |ଉଭୟଙ୍କୁ ପର୍ଯ୍ୟମିକ ଚିକତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନନ୍ତର କରିଥିବା ଜଣାପଡିଛି |