Hot Posts

6/recent/ticker-posts

ମାଣ୍ଡିଆଗୁଡା 5 DAY ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଯାପିତ ହୋଇଯାଇଛି।

ଝରିଗାଁ, ୧୫/୧୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡାବେଡା ପଂଚାୟତ ଅଧୀନ ମାଣ୍ଡିଆଗୁଡା ଠାରେ ଚାଲିଥିବା ମା ମୋତିଗାଇନି 5 DAY ଫୂଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି | ଗତ 10ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ୩୨ଗୋଟି ଟିମ କୁ ନେଇ ଖେଳ ଆୟୋଜନ କରାଯାଇ ଥିଲା |ଏଥିରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ହରି ପୂଜାରୀ,ମଣ୍ଡଳ ସଭାପତି ଭୁଜବଳ ଗୌଡ, ପଞ୍ଚାୟତ ସଭାପତି ଶିବରାମ ଭତ୍ରା, ସୁଜନ ଭକ୍ତ, ଭଜନ କଳାର,ସୁବାସ ପନକା,ଜୁଗସାୟ କଳାର,ସହଦେବ ପନକା,ୱର୍ଡ ମେମ୍ବର ସୁନ୍ଦର ଦାସ, ଉପସ୍ଥିତ ରହି ଫାଇନାଲ ମ୍ୟାଚରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଗୁଡା ଦଳ କୁ 10,000 ଟଙ୍କା ଦୁତୀୟ ସ୍ଥାନରେ MG11 ଦଳକୁ 8,000 ଟଙ୍କା ତୃତୀୟ ସ୍ଥାନରେ ଖାଣ୍ଡା 6,000 ଟଙ୍କା ଚତୃର୍ଥ ସ୍ଥାନରେ ଅର୍ଜୁନ 11 4500 ଟଙ୍କା ସମସ୍ତ ଦଳ କୁ ଉପସ୍ଥିତ ଥିବା ଅତିଥି ଗଣ ଟ୍ରପି ସହ ଭାତୀୟ ମୁଦ୍ରା ପ୍ରଧାନ କରିଥିଲେ |ଝରିଗାଁ ବିଧାୟକ ନରସିଂହ ଭତରା ସମସ୍ତ ଖେଳାଳି ମାନଙ୍କୁ ଖେଳିବା ସହିତ ନିଜ ଅଂଚଳ ର ବିକାଶ କରିବା ଆଦିବାସୀ ଅଦୂଷିତ ଅଂଚଳର ପିଲାମାନେ ଯେମିତି ପାଠ ପଡିବା ସହିତ ଖେଳ ରେ ଭାରତ ବର୍ଷରେ ନାଁ ରଖିବେ ବୋଲି ବିଧାୟକ ମତ ରଖିଥିଲେ |