Hot Posts

6/recent/ticker-posts

୨୦୨୫ ମସିହାକୁ ରକ୍ତଦାନ କରି ଶୁଭ ବିଦାୟ ଦେବା ସହ ନୂତନ ବର୍ଷକୁ ସ୍ବାଗତ କଲେ କୁଇଯୁବ କ୍ରୀଡା ସଭାପତି ସମାଜ ସେବୀ ସୁଜିତ

କନ୍ଧମାଳ, ୩୧/୧୨ (ଅଚ୍ୟୁତ ଜାନୀ ଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର କୁଇ ସମାଜ ଯୁବ ପରିଷଦ ଜିଲ୍ଲା କ୍ରୀଡା ସଭାପତି ତଥା ସମାଜ ସେବୀ ସୁଜିତ କୁମାର ମଲିକ ୨୦୨୫ ମସିହାକୁ ରକ୍ତଦାନ କରି ବିଦାୟ ଦେବା ସହିତ ୨୦୨୬ କୁ ସ୍ୱାଗତ କରିଛନ୍ତି । ସୂଚନା ପ୍ରକାରେ ଆଜି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଅରାପାଜୁ ପଞ୍ଚାୟତ ସରାଚୁଡୁ ଗ୍ରାମର ଜନ୍ମେଜୟ ପ୍ରଧାନଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ 'ଓ ' ପଜେଟିଭ ରକ୍ତ ଜରୁରୀ କାଳୀନ ଆବଶ୍ୟକ ହେବାରୁ । ଏହି ସୂଚନା ତାଙ୍କର ସାନ ଭାଇ ମୃତ୍ୟୁଞ୍ଜୟ ପ୍ରଧାନ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ଗ୍ରୁପରେ ଜଣାଇଥିଲେ । ଖବର ପାଇ କୁଇ ସମାଜ ଯୁବ ପରିଷଦ ଜିଲ୍ଲା କ୍ରୀଡା ସଭାପତି ତଥା ସମାଜ ସେବୀ ସୁଜିତ କୁମାର ମଲ୍ଲିକ ରକ୍ତଭଣ୍ଡାର ଠାରେ ପହଞ୍ଚି ରକ୍ତଦାନ କରି ଥିଲେ । ସେ ବହୁବାର ବିଭିନ୍ନ ଲୋକଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଉ ଥିବା ମହତ କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।