ବଇଡା ୧୯୯୯ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ।
କନ୍ଧମାଳ, ୩୧/୧୨ (ଅଚ୍ୟୁତ ଜାନୀ ଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବଇଡା ଦିନାର ସିଂ ସ୍ମୃତି ମାଧ୍ୟମିକ ବିଦ୍ୟାଳୟର ୧୯୯୯ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବଟି ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବିଶିପଡା ଅନ୍ତର୍ଗତ ପୋଲ ନିକଟସ୍ଥ ଶାଳବଣ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବ୍ୟାଚର ୨୬ ବନ୍ଧୁ ପିଲାଦିନର ସ୍ମୃତି ସାଉଁଟିବା ସହିତ ଭାବର ଆଦାନ ପ୍ରଦାନ ଓ ଆଗାମୀ ଦିନରେ ଏକଜୁଟ ହୋଇ ଅଞ୍ଚଳର, ଜିଲ୍ଲାର କିପରି ବିଭିନ୍ନ ଉନ୍ନତି ମୂଳକ କରିବା ଏବଂ ଦିନାର ସିଂ ସ୍ମୃତି ବିଦ୍ୟାଳୟ ପରିଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କନ୍ଧମାଳ ଓ ବିଭିନ୍ନ ଜିଲ୍ଲାମାନଙ୍କରେ ଥିବା ବନ୍ଧୁମାନେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । ଶେଷରେ ହସ ଖୁସିରେ ସମସ୍ତେ ପରସ୍ପରକୁ ବିଦାୟ ନେଇ ଥିଲେ ।