Hot Posts

6/recent/ticker-posts

ତେରେସିଂହା ଧାନମଣ୍ଡି ଫଡ଼ ହେଲା ମରାମତି

କର୍ଲାମୁଣ୍ଡା, ୩୧/୧୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର କଲୋନୀପଡ଼ା ଠାରେ ଥିବା ନବ ନିର୍ମିତ ଧାନ ମଣ୍ଡି ଫଡ୍ ର ଦବି ଥିବା ସ୍ଥାନ ମରାମତି ହୋଇଛି। ନବ ନିର୍ମିତ ଫଡ଼ ରେ ଧାନ ବୋଝେଇ ଟ୍ରକ ମାଡ଼ି ଯିବାରୁ ସିମେଣ୍ଟ କଂକ୍ରିଟ ଦବି ଯାଇଥିଲା। ଠିକାଦାର ଜାଣିବା ପରେ ତାହା ସଂଗେ ସଂଗେ କଂକ୍ରିଟ ମରାମତି କରି ଦେଇଥିବା ଦେଖିବାକୁ ମିଳିଛି। କାମ ଶେଷ ହେବାର କେଇଟା ଦିନ ନ ହେଉଣୁ ସେଠାରେ ଟ୍ରକ ଗାଡ଼ି ମାଡିଯିବାରୁ ସେଭଳି ହୋଇଥିବା ଠିକାଦାର କହିଛନ୍ତି। ସେହି ସ୍ଥାନକୁ ଛାଡ଼ି ପୂର୍ବପରି ଧାନ ମଣ୍ଡି ଚାଲୁ ରହିଥିବା ଦେଖିବାକୁ ମିଳୁଛି।