୨ ଦିନିଆଁ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା- ୨୦୨୫ ଉଦଯାପିତ
ଭବାନୀପାଟଣା, ୩୧/୧୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ତା ୩୧.୧୨.୨୫ ରିଖ, ମଙ୍ଗଳ ବାର ଦିନ, ସ୍ଥାନୀୟ ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ, ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ତୃତୀୟ ବାର୍ଷିକ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,୨୦୨୫ ଉଦଯାପିତ ହୋଇଯାଇଛି। ଦ୍ଵିତୀୟ ଦିବସ ରେ ଦିବା ୧୨:୦୦ରେ ମଞ୍ଚ ପୂଜା ଓ ଦେବ ଆରାଧନା ପରେ ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,କଳାହାଣ୍ଡି ଡା ନୀରଦ ଚନ୍ଦ୍ର କହଁର ଙ୍କ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଉପରାନ୍ତେ, ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ରୂପେ, ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ,ମାନ୍ୟବର ବିଧାୟକ, ଧର୍ମଗଡ଼ ଯୋଗଦାନ କରିଥିବାବେଳେ , ସଭାପତି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିରୋଦ ଚନ୍ଦ୍ର କଂହର, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ଡ଼ିଡ଼ିଏମ ନାବାର୍ଡ ମହେଶ୍ୱର ଦାସ, ମତ୍ସ୍ୟ ଯୁଗ୍ନ ନିର୍ଦେଶକ ନୀଳାମ୍ବର କିଲ୍ଲାକା, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଶାନ୍ତି ନାଏକ, ସହକାରୀ ମତ୍ସ୍ୟ ଅଧିକାରୀ ଭବାନୀ ଶଙ୍କର ପଣ୍ଡା, ଏଡିଭିଓ ଦୀପକ ଦେଉରା ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ, ଅତିଥିଙ୍କ ଭାଷଣ ପରେ, ଜିଲ୍ଲା ର କୃତୀ ମତ୍ସ୍ୟ ଚାଷୀ,ପ୍ରାଣୀ ପାଳକ , ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ପୁରସ୍କାର ପ୍ରଦାନ କରା ଯାଇଥିଲା ଓ ଶ୍ରୀ ଜ୍ଞାନ ରଞ୍ଜନ ସେଠୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଦୁଇ ଦିନିଆଁ ମେଲାକୁ ଜିଲ୍ଲା ତାଲିମ ସଂଯୋଜକ ଡ଼ଃ. କେଦାରନାଥ ଖମାରୀ ସୁବ୍ୟବସ୍ଥା ସହ ସୁନ୍ଦର ପରିଚାଳନା ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରି ଥିଲେ। ୨ୟ ଦିବସ ର ଦିତିୟାର୍ଦ୍ଧ ରେ ମଧ୍ୟାହ୍ନ ଭୋଜନ ପରେ ମଞ୍ଚ ରେ କ୍ଷୀରସିନ୍ଧୁ ନାଏକ ଏବଂ ଗ୍ରୁପ ଦ୍ୱାରା ପାରିବେଷିତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ମଞ୍ଚ ସଂଯୋଜିକା ଡ଼ା ସୁଦେବୀ ଭଞ୍ଜ ଓ ଡ଼ା ତେଜସ୍ଵୀନୀ ସାହୁ ଙ୍କ ଯୁଗଳବନ୍ଦୀ ରେ କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସୁନ୍ଦର ଓ ଉପଭୋଗ୍ୟ ହୋଇଥିଲା
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ