Hot Posts

6/recent/ticker-posts

ଜିଲ୍ଲାର ଅନେକ ମଣ୍ଡିରୁ ଧାନ ଉଠୁନାହିଁ, ଚାଷୀ ହତାଶ

ନବରଙ୍ଗପୁର, ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲାର ଅନେକ ଧାନ ମଣ୍ଡିରୁ ଦୀର୍ଘଦିନ ଧରି ଧାନ ଉଠାଣ ହେଉନଥିବାରୁ ଚାଷୀମାନେ ଗଭୀର ସଙ୍କଟରେ ପଡ଼ିଛନ୍ତି। ପ୍ରତ୍ୟେକ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ଅଖା ବସ୍ତାରେ ଗଦା ହୋଇ ପଡ଼ି ରହିଥିବା ବେଳେ, କୌଣସି ମିଲର ଧାନ ଉଠାଇବାକୁ ଆଗେଇ ଆସୁନଥିବା ଦୃଶ୍ୟ ଚିନ୍ତା ବଢ଼ାଇଛି। ନବରଙ୍ଗପୁର ବ୍ଲକର ବିକ୍ରମପୁର ମଣ୍ଡି, ତେନ୍ତୁଳିଖୁଣ୍ଟି ବ୍ଲକର . ତେନ୍ତୁଳୀଖୁଣ୍ଟି ମଣ୍ଡି ଓ଼ ପାତ୍ରପୁଟ ମଣ୍ଡି, ପାପଡାହାଣ୍ଡି ବ୍ଲକ ମଣ୍ଡି ଓ ନନ୍ଦାହାଣ୍ଡି ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡି ପଡ଼ିଆରେ ପଡ଼ି ରହିଛି। ଧାନ ଉଠାଣ ନ ହେବାରୁ ଚାଷୀମାନେ ମଣ୍ଡି ପଡ଼ିଆରେ ମୁଣ୍ଡରେ ହାତ ଦେଇ ବସି ରହିଥିବା ଦେଖିବାକୁ ମିଳିଛି। ବିଶେଷକରି ନନ୍ଦାହାଣ୍ଡି ମଣ୍ଡିରେ ଆଜି କୌଣସି ମିଲର ଧାନ ନ ଉଠାଇବାକୁ ନିଷ୍ପତ୍ତି ନେଇଥିବା ପରି ସ୍ଥିତି ସୃଷ୍ଟି ହୋଇଛି। ମିଲରମାନଙ୍କ ମତାନୁସାରେ ଭେହିକଲ୍ ଟ୍ରାକିଂ ସିଷ୍ଟମ (VTS) ସଠିକ୍ ଭାବେ ଆଗୁ କରାଯାଇନଥିବା ଦର୍ଶାଇ ଧାନ ଉଠାଣରେ ଅସୁବିଧା ହେଉଛି। କିନ୍ତୁ ଏହି VTS ପ୍ରଣାଳୀ କଣ ଓ କିପରି କାମ କରେ, ତାହା ବୁଝିବାକୁ ସାଧାରଣ ଚାଷୀ ସମ୍ପୂର୍ଣ୍ଣ ସକ୍ଷମ ନୁହେଁ ବୋଲି ଅଭିଯୋଗ ଉଠିଛି। ଅବସ୍ଥା ଗୁରୁତର ହେବା ପରେ ଚାଷୀମାନେ ସ୍ଥାନୀୟ ଏଡିସନାଲ୍ ତହସିଲଦାରଙ୍କ ନିକଟରେ ଅଭିଯୋଗ ଦେଇଥିବା ଜଣାପଡ଼ିଛି। ସ୍ଥାନୀୟ ସମ୍ବାଦାତାମାନେ ଜିଲ୍ଲା ଅଧିକାରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିବା ବେଳେ, ନୋଡାଲ୍ ଅଫିସର ଏହି ସମସ୍ୟା ଉପରେ ଆଲୋଚନା ଚାଲିଛି ବୋଲି କହିଛନ୍ତି। ଦିଆଯାଇଥିବା ଆଧିକାରିକ ତଥ୍ୟ ଅନୁସାରେ, ଏମ୍/ଏସ୍ ସନ୍ତୋଶୀ ରାଇସ ମିଲ୍କୁ ୫୦୦ କୁଇଣ୍ଟାଲ ଧାନ ଦିଆଯାଇଥିଲେ ମଧ୍ୟ ଏହି ମିଲ୍ ଏପର୍ଯ୍ୟନ୍ତ "୦" କୁଇଣ୍ଟାଲ ଧାନ ଉଠାଇଛି। ସେହିପରି ଅନ୍ୟାନ୍ୟ ରାଇସ ମିଲ୍‌ ପୁଷ୍ପା ମୋଡେନ ରାଇସମିଲ 500 କୁଇଣ୍ଟାଲ ପାଇଛି କିନ୍ତୁ 0 ଉଠେଇଛି , ପାରସନାଥ ରାଇସମିଲ 1000 ଦିଆ ହୋଇଛି 79.04 ଉଠେଇଛି ବଳକା 920.96 , ଶ୍ରୀ ନରସିଂହା ଇଂଦୁଷ୍ଟ୍ରି 1000 ଦିଆ ଯାଇଛି 0 ଉଠେଇବା , ଶ୍ରୀ ନରସିଂହା ଇଂଦୁଷ୍ଟ୍ରି (ବୋଇଲେଡ଼) 2000 ଦିଆ 864 .06 ଉଠେଇ ବଳକା 1135 . ୯୪ ଅଛି , ତାରା ତାରିଣୀ ଏଗ୍ର ମିଲ 2000 ଦିଆ ଯାଇଛି ଉଠେଇବା 197.12 / ବଳକା 902.88 , ସୁମଙ୍ଗଲ ମଡେଲ ରାଇସମିଲ 1000 ଉଠେଇବା 0 , ଶ୍ରୀନିବାସ ରାଇସ ମିଲ 500 ଦିଆଯାଇଛି 0 ଉଠେଇବା , ସମ୍ପୂର୍ଣ୍ଣ 8500 ଟାର୍ଗେଟ ଭିତରୁ 2040 .22 ଉଠାଣ ହୋଇଥିବା ବେଳେ ବଳକା 60459.78 କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି । ଏହି ମାନଙ୍କ ଦ୍ୱାରା ମଧ୍ୟ ଧାନ ଉଠାଣରେ ଗଭୀର ଅବହେଳା ଦେଖାଯାଉଛି। ଯଦି ଶୀଘ୍ର ଧାନ ଉଠାଣ ପ୍ରକ୍ରିୟା ସୁଚାରୁ ଭାବେ ଆରମ୍ଭ ନହୁଏ, ତେବେ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାର ଧାନ କ୍ରୟ ବ୍ୟବସ୍ଥା ପୂରାପୂରି ଭାଙ୍ଗିପଡ଼ିବା ସହ ଚାଷୀମାନେ ଭାରି ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଉଛି ।