Hot Posts

6/recent/ticker-posts

ସାମାଜିକ ସୁରକ୍ଷା ଅଧିକାରୀଙ୍କ ପିତୃ ବିୟୋଗ

ବରୀ, ୨୩/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ୍ ଅନ୍ତର୍ଗତ ଉତ୍ତର ବରୀଗ୍ରାମର ବସନ୍ତ କୁମାର ଜେନା(୭୯) ଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ହୋଇଥିଲା । ପୁଅ ତଥା ବରୀ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ କୁମାର ଜେନା ମୁଖାଗ୍ନି ଦେଇଥିଲେ । ଖବର ପାଇ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ, ପୂର୍ବତନ ବିଧାୟିକା ସୁନନ୍ଦା ଦାସ ପହଞ୍ଚି ଶେଷ ଦର୍ଶନ କରିଥିଲେ ।