Hot Posts

6/recent/ticker-posts

ତେରେସିଂହା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ତୃତୀୟ ଦିନରେ ବିନ୍ଧାଣୀ ଦଳ ବିଜୟୀ

କର୍ଲାମୁଣ୍ଡା, ୨୬/୧୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଠାରେ ଚାଲିଥିବା ତେରେସିଂହା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଭାଲୁପିଆ ଓ ବିନ୍ଧାଣୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ବିନ୍ଧାଣୀ ଦଳ ବିଜୟୀ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତେରେସିଂହା ହାଇସ୍କୁଲ ଶିକ୍ଷକ ସୁଧୀର ରଞ୍ଜନ ସୁନା ଯୋଗଦେଇ ଥିଲେ। ବିଶ୍ୱମ୍ବର ସରାଫ ଓ ପ୍ରଣବ ପଧାନ ସ୍କୋରର୍ ଦାୟିତ୍ୱରେ ରହିଥିବା ବେଳେ ମହେଶ୍ୱର ଗହିର ଓ ମୁନା ବେବର୍ତ୍ତା ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ