କର୍ଲାମୁଣ୍ଡା ୨୭/୧୨ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ୟୁନିଟ ପକ୍ଷରୁ ଶୀତ କାଳୀନ ସାତ ଦିବସୀୟ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହେଉଛି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ ରଞ୍ଜନ ବାଗ ଙ୍କ ଦ୍ବାରା ଶିବିରଟି ଉଦଘାଟିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ରବି ମାଝୀ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଶିବିର ୨୬ ଡିସେମ୍ବର ଠାରୁ ଆରମ୍ଭ ହୋଇ ୦୨ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ। ଉକ୍ତ ଶିବିରରେ ସମ୍ମାନୀତ ଅତିଥି ଭାବେ ଶିକ୍ଷା ଅଧ୍ୟାପକ ସମୀର ପଧାନ, ମଞ୍ଜୁଲତା ମାଝୀ, ବସନ୍ତ କୁମାର ସାହୁ, ଭୂପିନ୍ଦର ରଣା ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିରରେ ମୋଟ ୫୦ ଜଣ ସ୍ଵେଚ୍ଛlସେବୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଡୋଲେଶ୍ଵର ରଣା, ପ୍ରଦୀପ ଭୋଇ, ଚମ୍ପୁଲାଲ ରଣା ପ୍ରମୁଖ ସହ ଯୋଗ କରିଥିଲେ।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ
