Hot Posts

6/recent/ticker-posts

ଵରୀରୁ ଆରମ୍ଭ ହେଉ ଆଉ ଏକ ସ୍ୱାଧୀନତା ସଂଗ୍ରାମ: ଜଗଦାନନ୍ଦ

ବରୀ, ୧୪/୧୨ ( ରଂଜିତ ମହାନ୍ତି ) : ବରୀସ୍ୱାଧୀନତା ସଂଗ୍ରାମରେ ବରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ l ବରୀ ହେଉଛି ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ l ଆମକୁ ବିନା ହାତଗୁଂଜାରେ ଠିକ ସମୟରେ ସେବା ମିଳୁ ନାହିଁ l ତେଣୁ ଵରୀରୁ ଆଉ ଏକ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ରାଜ୍ୟ ସୂଚନା କମିଶନ ଜଗଦାନନ୍ଦ ପ୍ରକାଶ କରିଛନ୍ତି lମୁଖ୍ୟବକ୍ତା ଭାବେ ରାଜ୍ୟ ପଶୁ ସମ୍ପଦ ବିଭାଗର ଅତିରିକ୍ତ ନିର୍ଦେଶକ ଡାକ୍ତର ସତ୍ୟ ରଞ୍ଜନ ରାଉତ ଯୋଗଦେଇ କହିଲେ ଯେ ନିଜକୁ କୃତଜ୍ଞ କରିନେଲେ ଜୀବନ ସାର୍ଥକ ହୋଇଥାଏ l ଆମେ ବିଶ୍ୱ ରଙ୍ଗମଞ୍ଚରେ କେବଳ ଅଭିନୟ କରୁଛେ ତେଣୁ ହିଂସା ନୁହେଁ ବରଂ ସମସ୍ତେ ସମସ୍ତଙ୍କୁ ଭଲ ପାଇ ବସିଲେ ସୁନ୍ଦର ସମାଜ ଗଠନ ହୋଇପାରିବ ଵୋଲି କହିଥିଲେ l କଳା ସାହିତ୍ୟ ସଂସ୍କୃତି ପରିଷଦ ବରୀ ପକ୍ଷରୁ ଅନୁଷ୍ଠିତ ତୃତୀୟ ବରୀ ଲୋକ ମହୋତ୍ସବର ପଞ୍ଚମ ସନ୍ଧ୍ୟା ବାଲିଆପାଳସ୍ଥିତ ବିଧାନଚନ୍ଦ୍ର ଏକାଡେମୀ ପଡ଼ିଆରେ ସଭାପତି ଡାକ୍ତର ରାଜକିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ପିଲାମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା l ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ଗଗନ ବିହାରୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ କୋଷାଧ୍ୟକ୍ଷ ବିଜୟ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ମହୋତ୍ସବ କମିଟିର ଉପସଭାପତି ଡ଼କ୍ଟର ସୁବାସ ଚନ୍ଦ୍ର ବିଶ୍ୱାଳ ସ୍ୱାଧୀନତା ସଂଗ୍ରାମୀ ମଞ୍ଚ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ l ଶିଶୁ କଳାକାରମାନେ ବରୀ ମହୋତ୍ସବ ଉପରେ ଏକ ସୁନ୍ଦର ନୃତ୍ୟ ପରିବେଷଣ ମାଧ୍ୟମରେ ବରୀର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ନାରାୟଣ ଚନ୍ଦ୍ର କର ମଞ୍ଚରେ ଉପସ୍ଥିତ ଥିଲେ l ଏହି ଅବସରରେ ବିଶିଷ୍ଟ ବୈଜ୍ଞାନିକ ଚିତ୍ତରଞ୍ଜନ ମିଶ୍ର ଓ ଆଦର୍ଶ କୃଷକ ମୁକୁନ୍ଦ ଚନ୍ଦ୍ର ସାମଲଙ୍କୁ ବରୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଶିଶୁ ସାହିତ୍ୟିକ ଡ଼କ୍ଟର ଅଜୟ କୁମାର ଜେନା ମାନପତ୍ର ପାଠ କରିଥିବା ବେଳେ ପ୍ରଶାନ୍ତ କୁମାର ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ପରେ ଭଜନ ଶଙ୍ଖକ୍ଷେତ୍ର, ନିଆଳୀର କଳାକାରମାନଙ୍କ ପକ୍ଷରୁ ସୁଗମ ସଂଗୀତ ପରିବେଷଣ କରାଯାଇ ଥିଲା l ଯାଜପୁରର ନାଟ୍ୟସଂସ୍ଥା ଆହ୍ୱାନ ପକ୍ଷରୁ ମଞ୍ଚ ନାଟକ ବୋଉ ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା l କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଶିକ୍ଷକମାନଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା l ସମାବେଶରେ ଯୋଗଦେଇ ଆଲୋଚନରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l