Hot Posts

6/recent/ticker-posts

ପାଇକମାଳ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକଉତ୍ସବ ଅନୁଷ୍ଠିତ

ପାଇକମାଳ, ୧୪।୧୨ ( କୃଷ୍ଣ ଚନ୍ଦ୍ର ସାହୁ ) : ପାଇକମାଳ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶନିବାର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ମୁଖ୍ୟ ବକ୍ତା ଭାବେ ଅଞ୍ଚଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଖଗେଶ୍ୱର ଦାସ, ସମ୍ମାନିତ ଅତିଥିଭାବେ ଭଟଲି ବିଧାୟକ ଇର।ଶିଷ ଆଚାର୍ଯ୍ୟ, ଓ ହାସ୍ୟକବି ଦେବେନ୍ଦ୍ର ସାହୁ ଯୋଗ ଦେଇ ଶୁଭ ଉଦ୍ଘାଟନ କରି ଭଗବାନ ନୃସିଂହମହାପୁରୁ ଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ। ଏହାପରେ ଛାତ୍ରୀମାନେ ପ୍ରାରମ୍ବିକ ସଂଗୀତ ଗାନ ହୋଇ ଥିଲା । ସଭାରେ ସଭାପତିତ୍ୱ କରିଥିଲେ ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ। ସଭାରେ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ସବିତା ଭୋଇ । ଏହାପରେ ବାର୍ଷିକ ବିବରଣୀ ପଠନ ଅଧ୍ୟାପିକା ନିରୁପମା ପ୍ରଧାନ କରିଥିଲେ । ବରଗଡ ର ହାସ୍ୟ କବି ଶ୍ରୀ ସାହୁ ନିଜର ବକ୍ତବ୍ୟ ପ୍ରଦାନ ସହ ହାସ୍ୟ ରସ ଯୁକ୍ତ କବିତା ପଠନ କରି ସମସ୍ତ ଙ୍କୁ ହସାଇ ହସାଇ ବେଦମ କରି ଦେଇଥିଲେ । ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ନିଜର ସାରଗର୍ଭକ ଅଭିଭାଷଣ ଦେଇ ଛାତ୍ର ଛାତ୍ରୀ ଙ୍କୁ ଭଲ ଭାବରେ ପାଠ ପଢି ଗୋଟିଏ ଭଲ ମଣିଷ ହେବା ପାଇ କହିଥିଲେ। ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାଶ ଆମର ପୂର୍ବତନ ରାଷ୍ଟ୍ରପତି ବିଶିଷ୍ଠ ବୈଜ୍ଞାନିକ ଡକ୍ଟର ଅବଦୁଲ କଲ।ମ ଦେଇଥିବା ଦଶ ଗୋଟି ଆଦର୍ଶ ନୀତି ରେ ଅନୁପ୍ରାଣିତ ହୋଇ ବଡ ମଣିଷ ହେବା ପାଇଁ ସ୍ବପ୍ନ ଦେଖିବାକୁ ପରାମର୍ଶ ଦେଇ ଥିଲେ । ଶେଷରେ ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୁରୋହିତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଅନେକ ଶିକ୍ଷଣୀୟ ଟିପ୍ପଣୀ ଦେଇ ଗୁରୁଜୀ ମାନଙ୍କ କଥା ମାନିବା ସହ ଗୁରୁଜୀଙ୍କୁ ଭକ୍ତି କରିଵା ସହ ମନ ଦେଇ ପାଠ ପଢି ବଡ ମଣିଷ ହେବାକୁ ପରାମର୍ଶ ଦେଇ ଥିଲେ । ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଦେଇଥିଲା ବେଳେ +୨କଳା ଓ ବିଜ୍ଞାନ ରେ ସର୍ବୋଚ୍ଚ ମାର୍କ ରଖିଥିବା ପ୍ରମୋଦିନୀ ପ୍ରଧାନ ଓ ରୁବିସାହୁ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିବାନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ।




 ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ