ପାଳିତ ହେଲା ରାୟଗଡ଼ା ସାହିତ୍ୟ ମହୋତ୍ସବ
ରାୟଗଡ଼ା, ୧୪/୧୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ସହରର ମଧୁସୂଦନ ବୈଷୟିକ ଅନୁଷ୍ଠାନର ସମ୍ମିଳନୀ କକ୍ଷ ରେ ଆୟୋଜିତ କରାଯାଇ ଥିଲା ରାୟଗଡା ସାହିତ୍ୟ ମହୋତ୍ସବ ୨୦୨୫. ପ୍ରଥମେ ଅତିଥି ମାନଙ୍କ ନାଚ ଗୀତ ପରିବେଷଣ କରି ପାଛୋଟି ଆଣିଥିଲେ। ଏହି କାର୍ଯ୍ୟକ୍ରମର ସଭାପତି ଦୁଷ୍ମନ୍ତ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ଦାସ ବେନହୁର, ଦୂତି ଚନ୍ଦ୍ର ସାହୁ, ସୁଶାନ୍ତ କୁମାର ନାୟକ, ପୁର୍ବତନ ଉପ ସଭାପତି ଯେ କେ କାଗଜ କଳ ଅଶୋକ କୁମାର ସାରଦା, ଲାବଣ୍ୟ ଶବର,ମଞ୍ଚ ରେ ମଞ୍ଚସ୍ଥ ହୋଇଥିବା ଦେଖିବାକୁ ମିଳିଛି। ରାୟଗଡା ସାହିତ୍ୟ ମହୋତ୍ସବ ର ସମ୍ପାଦକ ସୁଶାନ୍ତ କୁମାର ନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ଜ୍ୱଳନ କରାଯାଇ ଥିଲା। ଦୁଇଟି ନୂତନ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ଦାସ ବେନହୁର ଙ୍କୁ ରାୟଗଡା ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତାରି ଓ ମଝିଘରିଆଣୀ ମାଆ ଙ୍କ ଫୋଟ ଚିତ୍ର ଓ ୧୦,୦୦୦/- ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଅତିଥିମାନେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବହୁ ସଂଖ୍ୟା ରେ ସାହିତ୍ୟ ପ୍ରେମୀ ମାନେ ଯୋଗ ଦେଇଥିଲେ। ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉତାରି ଓ ମଝିଘରିଆଣୀ ମାଆ ଙ୍କ ଫୋଟ ଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷ ରେ ଦୂତି ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ ଜଣାଇଥିଲେ।