Hot Posts

6/recent/ticker-posts

ଚଇତି -୨୦୨୫ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ

ରାୟଗଡ଼, ୯/୧୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲାର ଗଣପର୍ବ ଚଇତି -୨୦୨୫ର ବିଭିନ୍ନ ଉପ ସମିତିର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣି ଆଜି. ସମୀକ୍ଷା କରିଛନ୍ତି l ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟା ବେଳେ ବିଭିନ୍ନ ଉପ-ସମିତି ଯଥା ନିମନ୍ତ୍ରଣ, ମଞ୍ଚ ପରିଚାଳନା, ଖାଦ୍ୟ ପ୍ରସ୍ତୁତି, ରହଣି, ପ୍ରଚାର ପ୍ରଶାର, ଅର୍ଥ ସଂଗ୍ରହ,ଚଇତାଳି ସ୍ମରଣିକା, ପୁରସ୍କାର ଓ ମାନପତ୍ର, ସାଂସ୍କୃତିକ ଓ ସାଂସ୍କୃତିକ ଶୋଭାଯାତ୍ରା ଓ ପଲିଶ୍ରୀ ଆଦି ଉପସମିତିର ଅଧ୍ୟକ୍ଷ, ସହ ଅଧ୍ୟକ୍ଷ ଓ ଆବାହକ ମାନଙ୍କ ସହିତ ଆଲୋଚନା କରିଥିଲେ l ଚଳିତ ବର୍ଷ ଚଇତି ଯେମିତି ସୁନ୍ଦର ଓ ସୁରୁଖୁରୁ ଭାବରେ ଆୟୋଜନ ହୋଇ ପାରିବ ସେଥିପାଇଁ ସମସ୍ତେ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ନିର୍ଦେଶ ଦେଇଥିଲେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା ତଥା ଅନ୍ୟାନ୍ୟ ଅଧିକାରୀ ମlନେ ଯୋଗଦାନ କରିଥିଲେ l