ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟି ବୈଠକ , ୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ ସଂଗ୍ରହ ନେଇ ଲକ୍ଷ ଧାର୍ଯ୍ୟ
କୋରାପୁଟ, ୦୯/୧୨ ( ବିପିନ କୁମାର ହିଆଲ ) : ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟି ର ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା I ଚଳିତ ବର୍ଷ ୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ କ୍ରୟ କରାଯିବା ନେଇ ଧାର୍ଯ୍ୟ କରା ଯାଇଛି I ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ଅଧକ୍ଷତରେ ଆୟୋଜିତ ବୈଠକ ରେ ଚଳିତ ବର୍ଷ ଜିଲ୍ଲା ର ୧୨ ଟି ବ୍ଲକ ୪୫ ଟି ମଣ୍ଡିରେ ମାଣ୍ଡିଆ କ୍ରୟ କରାଯିବ , ଏଥିପାଇଁ ୧୨ ହଜାର ୮୨୩ ଜଣ ଚାଷି ନାମ ପଞ୍ଜିକରଣ କରିଥିବା ବେଳେ , କ୍ୟୁଣ୍ଟାଲ ପିଛା ୪ ହଜାର ୮୪୬ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବା ନେଇ ନିଷ୍ପତି କରାଯାଇଛି , ତେବେ ଚଳିତ ବର୍ଷ ଜିଲ୍ଲାରେ ୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବ ବୋଲି ନିଷ୍ପତି ନିଆଯାଇଛି I ସେହିଭଳି ଜିଲ୍ଲାରେ ୧୨ ହଜାର ୨ ଶହ ହେକ୍ଟର ଜମିରେ ମୁଗ,ବିରିଓ ଡାଲିଜାତୀୟ ଫସଲ ହୋଉଥିବାରୁ ଏହାକୁ କ୍ରୟ କରାଯିବ I ଏହାର କ୍ୟୁଣ୍ଟାଲ ପିଛା ୮ ହଜାର ଟଙ୍କା ରଖା ଯାଇଥିବା ପ୍ରକାଶ କରିଛନ୍ତି Iତେବେ ସମସ୍ତ ମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ପାନୀୟ ଜଳ , ପାଇଖାନା ଓ ବିଶ୍ରାମ ଗୃହ ଆଦି ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଉଛନ୍ତି I,ସାଂସଦ ପ୍ରତିନିନ୍ଧି ମନୋଜ ଆଚାର୍ଯ୍ୟ ଙ୍କ ସହ ସମସ୍ତ ଅଧିକାରୀ ଓ ଚାଷି ଉପସ୍ଥିତ ଥିଲେ I