Hot Posts

6/recent/ticker-posts

ବେଆଇନ ଛଟେଇ ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ର ଆନ୍ଦୋଳନ

ଭୁବନେଶ୍ୱର, ୦୯/୧୨ ( ଭି. ଗୌରି ଶଙ୍କର ରାଓ ) : ଓଡିଶା ର ବିଭିନ୍ନ ଘରୋଇ ଉଦ୍ୟୋଗ ମାନଙ୍କ ରେ ବୃଦ୍ଧି ପାଇଥିବା ବେଆଇନ ଶ୍ରମିକ ଛଟେଇ ପ୍ରତିବାଦରେ 'ରେ ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡିଶା ଘରୋଇ ଉଦ୍ୟୋଟ ମଜଦୁର ମହାସଂଘ ପକ୍ଷରୁ ରାଜ୍ୟ ଶ୍ରମ ଆୟୁକଙ୍କ କାର୍ଯ୍ୟାଳୟ ସମ୍‌ମୁଖରେ ଏକ ବିଶାଳ ଗଣଧାରଣା ଦିଆଯାଇଛି। ଟାଟା ପାୱାର ରେ ବେଆଇନ ଛଟେଇ ର ଶିକାର ହୋଇଥ‌ିବା ୨୫୦ ରୁ ଉର୍ଦ୍ଧ୍ଵ ସିସିଇ ଏବଂ ଅନ୍ୟ ବର୍ଗ ଶ୍ରମିକଙ୍କ ପୁନଃ ନିଯୁକ୍ତି, MSP Sponz Iron Mazdoor Sangh ର ସାଧାରଣ ସମ୍ପାଦକ ସ‌ହ ୩୦ ଜଣଙ୍କ ପୁନଃ ନିଯୁକ୍ତି, Essel Mining Mazdoor Sangh ର ୪୦ ଜଣ ଶ୍ରମିକଙ୍କ ତୁରନ୍ତ ପୁନଃ ନିଯୁକ୍ତି, B.K. Steel ଓ କଟକ ଜିଲ୍ଲା ପ୍ରଶାସନ ସହ ହୋଇଥିବା ଚୁକ୍ତିନାମାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଇବା, ଆପୋଲୋ ହସ୍ପିଟାଲରେ ବେଆଇନ ଛଟେଇ ହୋଇଥୁବା ୭ ଶ୍ରମିକଙ୍କୁ ପୁନଃ ନିଯୁକ୍ତି , ସଂଘ ପଞ୍ଜିକରଣ ପ୍ରକ୍ରିୟାକୁ ଧାର୍ଯ୍ୟ ୪୫ ଦିନ ର ସମୟ ସୀମା ମଧ୍ଯରେ ସମାପ୍ତ କରିବା ଆଦି ପ୍ରମୁଖ ଦାବୀ ଥିବା ସଂଘ ପକ୍ଷରୁ ବାରମ୍ବାର ଶ୍ରମ ବିଭାଗ କୁ ଅବଗତ କରାଇବା ପରେ ମଧ୍ଯ ଶ୍ରମ ବିଭାଗ ନୀରବତା ଅବଲମ୍ବନ କରି ପରୋକ୍ଷରେ ବେଆଇନ ଛଟେଇ କୁ ସମର୍ଥନ କରୁଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଘରୋଇ ଉଦ୍ୟୋଗ ରେ ଶ୍ରମିକ ଶୋଷଣ ଚରମ ସୀମାରେ ପହଞ୍ଚିଛି। ୮ ତାରିଖ ସୋମବାର ଦିନ ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ ଛକ ରୁ ଏକ ବିଶାଳ ରାଲି କରି ୮୦୦୦ ରୁ ଉର୍ଦ୍ଧ୍ଵ ଘରୋଇ ଉଦ୍ୟୋଗ ର ଶ୍ରମିକ ମାନେ ଶ୍ରମ ଆୟୁକ୍ତଙ୍କ ( Labour Commissioner )କାର୍ଯ୍ୟାଳୟ ସମ୍‌ମୁଖରେ ଆନ୍ଦୋଳନ ରେ ସାମିଲ ହୋଇ ଆଜିକୁ ଦୁଇ ଦିନ ଧରି ଆନ୍ଦୋଳନ ଜାରି ରଖାଯାଇଛି। ଏହି ଆନ୍ଦୋଳନରେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବାଦଲ ମହାରଣା, ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଶାନ୍ତନୁ ମହାପାତ୍ର , ଶ୍ରୀଯୁକ୍ତ ଯୋଗେଶ୍ୱର ଦାସ , ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମଣ ଦାସ, ରାଜ୍ୟ ସମ୍ପାଦକ ସତ୍ୟବ୍ରତ ପରିଡା, ଖୋର୍ଦ୍ଧା ଜିଲ୍ଲା ସଭାପତି ଅକ୍ଷୟ ରାଉତରାୟ, ସମ୍ପାଦକ ଅମରେଶ ମହାପାତ୍ର ଭାରତୀୟ ମଜଦୁର ସଂଘ ର ବରିଷ୍ଠ ନେତୃତ୍ଵ ବସନ୍ତ ସାହୁ, ଅଶୋକ ସ୍ବାଇଁ, ପବିତ୍ର ନାୟକ, ମୁକ୍ତି କାନ୍ତ ସାହୁ , ମନୋଜ ବସନ୍ତ ରାୟ , ପ୍ରମୁଖ ଯୋଗଦେଇଛନ୍ତି ।