Hot Posts

6/recent/ticker-posts

ଗୋଲା ସମାଜର ପ୍ରତିଷ୍ଠାତାଙ୍କ ସ୍ମୃତିସଭା

ବରୀ, ୧୦/୧୨ ( ରଂଜିତ ମହାନ୍ତି ) : ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲି ଲି ବୁଲି ସ୍ବଜାତୀୟ ଭାଇମାନଙ୍କୁ ଏକଜୁଟ କରି ନିଶୂଳ ଉତ୍କଳ ଗୋଲା ସମାଜକୁ ପ୍ରତିଷ୍ଠା କରିଥିବା ବରୀ ଅଞ୍ଚଳର ସମାଜସେବୀ ଲୋକନାଥ ଦାସଙ୍କ ସ୍ମୃତିସଭା ଭୁବନେଶ୍ବର ରେଡକ୍ରସ ଭବନରେ ରବୀନ୍ଦ୍ର କୁମାର ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। I ଶିକ୍ଷକମାନଙ୍କର ବହୁବିଧ ସମସ୍ୟା ସମାଧାନର ଶିକ୍ଷକ ସଂଗଠନର ନେତୃତ୍ବ, ବ୍ରାହ୍ମଣୀ ନଦୀକୁ ଚିରସ୍ରୋତା କରିବା ନିମିତ୍ତ ବ୍ରାହ୍ମଣୀ ବଞ୍ଚାଅ ଆନ୍ଦୋଳନ, ଘେରିବନ୍ଧ ନିର୍ମାଣ ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ନିଜକୁ ସାମିଲ କରିବାରେ ସ୍ବର୍ଗତ ଦାସଙ୍କ ଗୁଣାବଳି ଡ. ନୃସିଂହ ଚରଣ ବେହେରା, କର୍ଣ୍ଣଚନ୍ଦ୍ର ଘଡ଼ାଇ, ବିଜୟଘୋଷ, ରଘୁନାଥ ବେହେ ହେରା, ବିଜୟ ମଲ୍ଲ, ପ୍ରେମାନନ୍ଦ ବେହେରା, ଚିନ୍ତାମଣି ଜେନା ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ପ୍ରକାଶ ଶ କରିଥିଲେ | ଅନ୍ୟମାନଙ୍କ ମଧ୍ଯରେ ବାଲେଶ୍ବରର ନିରଞ୍ଜନ ଗିରି, ବାସୁଦେବ ମହାପାତ୍ର ଓ ଯାଜପୁରର ଅନିରୁଦ୍ଧ ମଲ୍ଲ, ଅଶୋକ କୁମାର ବେହେରା, ସ୍ବର୍ଣ୍ଣଲତା ଜେନା, କେନ୍ଦୁଝରର ଅଲେଖ ଚନ୍ଦ୍ର ଦାସ, ଗଞ୍ଜାମର ଜୟଦେବ ଜେନା ପ୍ରମୁଖ ଯୋଗଦେଇଥିଲେ | ଅଭିରାମ ମଲ୍ଲ ଧନ୍ୟବାଦ୍ ଅର୍ପଣ କରିଥିଲେ।