ନେତାମନ୍ତ୍ରୀଙ୍କ ଯୁକ୍ତିତର୍କରେ ହୁଲୁସତୁଲୁସ ହେଲା ମଣ୍ଡେଇ ମଞ୍ଚ |
ନବରଙ୍ଗପୁର, ୧୫/୧୨ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା, ସ୍ଥାପତ୍ୟ, ଐତିହ୍ୟ ତଥା ଚଳଣି, ପର୍ବ ପର୍ବାଣୀ ଏବଂ ଲୁକାୟିତ ପ୍ରତିଭା ସବୁର ଅନ୍ୱେଷଣ କରି ତାକୁ ଲୋକଲୋଚନକୁ ଆଣିବା ଓ ବିଶ୍ୱ ଦରବାରରେ ସ୍ଥାପନା କରିବା ଉଦେଶ୍ୟରେ ଦୀର୍ଘ ବର୍ଷ ହେବ ଏହି ଲୋକ ମହୋତ୍ସବ ମଣ୍ଡେଇ ର ଆୟୋଜନ କରାଯାଉଛି |ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବା ସହିତ ମଣ୍ଡେଇ ଉପରେ ନିଜ ନିଜ ଅବିଭାଷଣ ରଖିବା ସହିତ ମଣ୍ଡେଇ ପର୍ବକୁ କିଭଳି ଅଧିକ ସରସ ସୁନ୍ଦର କରିହେବ ଓ ସ୍ଥାନୀୟ କଳାକାର ମାନେ ଅଧିକ ପ୍ରଶଂସିତ ହେବେ ସେ ଉପରେ ମତାମତ ନିଆଯାଏ |ଚଳିତ ବର୍ଷ ନବରଙ୍ଗପୁର ଠାରେ ଚାଲି ଥିବା ମଣ୍ଡେଇ ମହୋତ୍ସବର ତୃତୀୟ ସନ୍ଧ୍ୟାରେ କିନ୍ତୁ ନେତା ମନ୍ତ୍ରୀ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେବାକୁ ମଣ୍ଡେଇ ମଞ୍ଚ ହୁଲୁସ୍ତୁଲ ହୋଇ ଯାଇଥିଲା |ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତରା, କୋଟପାଡ଼ ବିଧାୟକ ରୁପୁ ଭତରା, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ, ଏଡିଏମ, ଉପ ଜିଲ୍ଲାପାଳ ପ୍ରମୁଖ ମଞ୍ଚାସିନ ରହିଥିଲେ |ସମସ୍ତ ମଂଚାସୀନ ଅତିଥି ମାନଙ୍କୁ ନିଜ ନିଜ ଅବିଭାଷଣ ରହିବାକୁ ସୁଯୋଗ ଦିଆଯାଇଥିଲା |ଯେତେବେଳେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ନିଜ ଅବିଭାଷଣ ରଖିବାର ସୁଯୋଗ ଦିଆଗଲା, ସେତେବେଳେ ସେ ନିଜ ଅବିଭାଷଣରେ ନବରଙ୍ଗପୁର ଚାଷୀ ଓ ସେମାନଙ୍କ ସମସ୍ୟା ସବୁକୁ ସର୍ବ ସମ୍ମୁଖରେ ଉପସ୍ଥାପନା କରିଥିଲେ |ଧାନ, ମକା ଓ ମାଣ୍ଡିଆର ହ୍ରାସ ମୂଲ୍ୟ, ମଣ୍ଡେଇ ଖୋଲା ଯାଇନଥିବାରୁ କିଭଳି ଚାଷୀ ହଟହଟା ହେଉଛନ୍ତି, ଖଳାରେ କିଭଳି ମକା ଓ ଧାନ ପଡି ରହି ଖତ ଖାଉଛି, ଏସବୁ ବିଷୟ ସେ ନିଜ ଅବିଭାଷଣରେ କହିଥିବା ବେଳେ ମଞ୍ଚରେ ବସିଥିବା ଅନ୍ୟ ଅତିଥିମାନେ ତାଙ୍କ ଅବିଭାଷଣ କୁ ବିରୋଧ କରିଥିଲେ |ଫଳରେ ମଣ୍ଡେଇ ମଞ୍ଚରେ ଏକ ପ୍ରକାର ହଟଗୋଲ ଦେଖିବାକୁ ମିଳିଥିଲା ଓ଼ ମଞ୍ଚତଳେ ବସିଥିବା ବିଜେପି କର୍ମୀ ମାନେ ଉଠି ହୋହାଲା କରିବାର ଦୂର୍ଷ୍ୟ ଦେଖିବା କୁ ମିଳିଥିଲା କିନ୍ତୁ ଦୁଃଖର ବିଷୟ ନିର୍ବାଚିତ ବିଧ୍ୟାକ ମନ୍ତ୍ରୀ ମାନେ ଷ୍ଟେଜ ଉପରେ ଥାଇ ମଧ୍ୟ ଉତେଜନା କର୍ମୀ କୁ ଶାନ୍ତି ଶୃଙ୍ଖଳା କିଛି କହିଲେ ନ ଥିଲେ |ନେତାମନ୍ତ୍ରୀ ମାନଙ୍କ ହୋହାଲ୍ଲା ଯୋଗୁଁ ମଣ୍ଡେଇ ପଡିଆ ଉଠବସ ହୋଇ ଯାଇଥିଲା | ଭାଇ ଚାରା କହୁଥିବା ନବରଙ୍ଗପୁର ମଣ୍ଡେଇ କୁ କୋଳୁଷିତ କରିବାରେ ଲାଗିଛନ୍ତି ରାଜନୀତିଜ୍ଞ ମାନେ.
ଜିଲ୍ଲା ପ୍ରତିନିଧି ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର