Hot Posts

6/recent/ticker-posts

ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ୨୦୦୬ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ବରୀ, ୦୧/୨୬ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଗୋଳକୁଣ୍ଡ ପଞ୍ଚାୟତର ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ୨୦୦୬ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ଗୁରୁପୂଜନ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେlଉଥିଲା l ଏଥିରେ ଅବସରନେଇଥିବା ଆଦର୍ଶଶିକ୍ଷକ ନିରଞ୍ଜନ ପରିଡା, ଗୋକୁଳି ଚନ୍ଦ୍ର ମଲ୍ଲିକ, ଗୋକୁଳା ନନ୍ଦ ରାଉତ, ମାଧବା ନନ୍ଦ ସ୍ୱାଇଁ,ଫକିର ମୋହନ ପରିଡା, ବାସୁଦେବ ବେହେରା, ବେଣୁଧର ପତି,ଦୁଷ୍ମନ୍ତ ପତି, ବିଦ୍ୟାଳୟ ପ୍ରଧାନଶିକ୍ଷକ ନିରଞ୍ଜନ ଶତପଥୀ, ଦୁଃଶାସନ ବାରିକ ପ୍ରମୁଖ ଙ୍କ କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧନା କରାଯାଇଥିଲା l ଶିକ୍ଷକ ମାନେ ଗୁରୁ ଓ ଛାତ୍ର, ଛାତ୍ରୀ ଙ୍କ ମଧ୍ୟ୍ୟରେ ସମ୍ପର୍କ ଉପରେ ନିଜ ନିଜ ର ବକ୍ତବ୍ୟ ଦେଇ ସେମାନଙ୍କର ଭବିଷ୍ୟତ ର ମଙ୍ଗଳ କାମନା କରିଥିଲେ l ପୁରାତନ ଛାତ୍ର ସୁନିଲ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁରାତନଛାତ୍ରୀ ସସ୍ମିତା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ l ଏହି ଅବସର ରେ ଛାତ୍ର, ଛାତ୍ରୀ ମାନେ ବିଦ୍ୟାଳୟ ର ଅନୁଭୂତି କୁ ମନେପକାଇ ନିଜ ନିଜ ମଧ୍ୟ୍ୟ ରେ ଭାବ ର ଆଦାନ ପ୍ରଦାନ ବାଣ୍ଟି ଥିଲେ l ପୁରାତନ ଛାତ୍ର ଓ ଛାତ୍ରୀ ଙ୍କ ପକ୍ଷରୁ ବିଦ୍ୟାଳୟ ପରିସର ରେ ବୃଷରୋପଣ କରାଯାଇଥିଲା l ମାନସ ଜେନା ଧନ୍ୟବାଦ ଦେଇଥିଲେ l ଶେଷରେ ଭୋଜି ର ଆୟେଜନ କରାଯିବ ସହିତ ମନୋରଞ୍ଜନ ପାଇଁ ମେଲୋଡି ଆୟେଜନ କରାଯାଇଥିଲା l ଏହି ବନ୍ଧୁମିଳନ ଉତ୍ସବ କୁ ସୁନିଲ ପଣ୍ଡା, ମାନସ ଜେନା, ଶୁଭେନ୍ଦୁ ଜେନା,ସଂଗ୍ରାମ କେଶରୀ ନାୟକ, ଅନିଲ ସ୍ୱାଇଁ, ବିବେକାନନ୍ଦ ଦାସ, ବିଶ୍ୱଜିତ ଜେନା, ଚାନ୍ଦିନୀ ସ୍ୱାଇଁ, ସ୍ମିତା ରାଣୀ ଧଳ, ଶର୍ମିଳା ପତି, ସନ୍ଧ୍ୟାରାଣୀ ଜେନା ବହୁ ଛାତ୍ର ଓ ଛାତ୍ରୀ ସାମିଲ ହେlଇଥିଲେ l