Hot Posts

6/recent/ticker-posts

ରାୟଗଡ଼ା ଜିଲ୍ଲାରେ ବିଶ୍ଵ ମାନବ ଅଧିକାର ଦିବସ ପାଳିତ

ରାୟଗଡ଼ା, ୧୧/୧୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାର ସ୍ଵଂସଶାସିତ ମହାବିଦ୍ୟାଳୟ ଠାରେ ବିଶ୍ଵ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ରାୟଗଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ସରସ୍ଵତି ରାଏ , ଡି ଏସ ପି ଶ୍ରିନୁ ଆଚାରି ଓ ରାୟଗଡ଼ା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ପି.ଅରୁଣ କୁମାର ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମାନବ ଅଧିକାର ଆଇନ ବିଷୟରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ସାମାଜିକ କାର୍ଯ୍ୟ କରିଥିବା ବ୍ୟକ୍ତି ମାନଙ୍କୁ ମାନ ପତ୍ର ପୁରସ୍କାର ପ୍ରଦାନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଜିଲ୍ଲାର,ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।