Hot Posts

6/recent/ticker-posts

ବରୀ ଲୋକ ମହୋତ୍ସବ ଉଦ୍‌ଘାଟିତ

ବରୀ, ୧୧/୧୨ ( ରଂଜିତ ମହାନ୍ତି ) : ଆଜି ସନ୍ଧ୍ୟାରେ ବରୀ ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ବିଶ୍ବ ପ୍ରସିଦ୍ଧ ରତ୍ନଗିରି ମଞ୍ଚରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥ୍ ଭାବେ ସ୍ଥାନୀୟ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟ ବକ୍ତା ଭାବେ ପୂର୍ବତନ ସାଂସଦ ତଥା ସା ସାହିତ୍ୟିକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥ୍‌ ଭାବେ ମଣ୍ଡଳ ଉନ୍ନୟନ ଅଧୂକାରୀ ଅସିତ କୁମାର ମହାନ୍ତି ।ନ୍ତି ଓ ତହସିଲଦାର ଦୀପ୍ତିମୟୀ ବେହେରା ବହେରା ପ୍ରମୁଖ ମହୋତ୍ସବ କମିଟିର ଯୋଗଦେଇଥିଲେ । ମହୋତ୍ସର ସଭାପତି ଡାକ୍ତର ରାଜ କିଶୋର ପଣ୍ଡା ଏଠାରେ ଅଧ୍ଯକ୍ଷତା କରିଥିଲା ବେଳେ ଅବସରପ୍ରାପ୍ତ ପ୍ରାପ୍ତ ପ୍ରଧାନଶିକ୍ଷକ ଗିରିଶ ବିହାରୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପକ ପ୍ରଶାନ୍ତ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ସଭା କାର୍ଯ୍ୟ ଆରମ୍ଭର ନିର୍ଦ୍ଧାରିତ ସମୟ ଅପରାହ୍ନ ୪ ଘଟିକା ବୋଲି ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ରହିଥିଲା ବେଳେ ଦର୍ଶକମାନଙ୍କ ଉପସ୍ଥିତି ପାଇଁ ଦୁଇ ଘଣ୍ଟା ବିଳମ୍ବରେ ଏହା ଆରମ୍ଭ କରାଯାଇଥିଲା। ସାମ୍ପ୍ରତିକ ସମାଜରେ ଜୀବନ ଜୀବିକା ପାଇଁ ମଣିଷ ବ୍ୟସ୍ତ ବହୁଳ ହୋଇ ଜୀବନଯାପନ କରୁଥିଲା ବେଳେ ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ତଥା ମହୋତ୍ସବ ମାଧ୍ୟମରେ ଭାଇଚାରା ସୃଷ୍ଟି ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ରାଉତଙ୍କୁ ଏଠାରେ ପ୍ରତିଭା ସମ୍ମାନରେ ସମ୍ବଦ୍ଧିତ କରାଯାଇଥିଲା ବେଳେ ସମାଜସେବୀ ସ୍ବର୍ଗତ ବିଷ୍ଣୁ ଚରଣ ମହାନ୍ତିଙ୍କୁ ମରଣୋତ୍ତର ସମ୍ମାନ ଦିଆଯାଇଥିଲା। ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ଡଃ ସୁବାସ ବିଶ୍ଵାଳ, ଅଧ୍ଯକ୍ଷ ବିଜୟ କୁମାର ଦାଶ, ଉପାଧ୍ଯକ୍ଷା ଅର୍ଜନା ମଲିକ, ସ୍ଥାନୀୟ ସରପଞ୍ଚ କୈଳାସ ମଲିକ, ଜିଲାପରିଷଦ ସଭ୍ୟ ଅଶୋକ ସାମଲ, ଦିଲୀପ ମହାନ୍ତି, ସନ୍ତୋଷ ସାମଲ, ଇଂ କାହ୍ନୁ ଚରଣ ବେଉରିଆ, ସମାଜସେବୀ ବୁଲୁ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।