କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ |
ଝରିଗାଁ, ୧୫/୧୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଂଚାୟତ ଅଧୀନରେ ଥିବା କେବିଡି, ଧୂମାଆମ, ଢ଼େପଗୁଡା, କୁରୁଲୁଭଟ୍ଟା, ଡ଼ଙ୍ଗରୀଗୁଡା, କର୍ଲାପଡା, ଡୁମୁନିଗୁଡା, ଗଟିପଡା, ଖଲିଆପାଣି, ବରପାଣି, ନୁଆଁପଡା, କରାଡ଼ଙ୍ଗରୀ, ବେନ୍ଦ୍ରାପାଣି, ଗୋଇଚଚରା ଆଦି ପଡା ଗ୍ରାମ ଗୁଡିକର ଜନସାଧାରଣ ଏକତ୍ରିତ ହୋଇ କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ ନେଇ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି |ଉକ୍ତ ଦାବିପତ୍ରରେ ସେମାନେ ଦର୍ଶେଇଛନ୍ତି କି, ଇଛାପୁର ପଂଚାୟତ ଅଧୀନରେ ଥିବା ପାଖାପାଖି 15ଗୋଟି ପଡା ଗ୍ରାମର ଜନସଂଖ୍ୟା 3000ରୁ ଉର୍ଦ୍ଧ ରହିଥିବା ବେଳେ ଭୋଟର ସଂଖ୍ୟା 2000ରୁ ଉର୍ଦ୍ଧ ରହିଛି |ହେଲେ ଉପରୋକ୍ତ ଏହି ଗ୍ରାମ ଗୁଡିକରେ ବସବାସ କରୁଥିବା ଜନସାଧାରଣ ସମସ୍ତ କାମ ପାଇଁ ଇଛାପୁର ଗ୍ରାମ ଉପରେ ନିର୍ଭର କରି ଆସୁଛନ୍ତି|ଗ୍ରାମ ଗୁଡିକରେ ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ଓ ରାସ୍ତାଘାଟର କୌଣସି ସୁବିଧା ନାହିଁ |କେବିଡି ଗ୍ରାମ ସମସ୍ତ ଗ୍ରାମର କେନ୍ଦ୍ର ସ୍ଥଳ ହୋଇଥିବାରୁ କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କଲେ ଉପରୋକ୍ତ ଗ୍ରାମ ଗୁଡିକରେ ବସବାସ କରୁଥିବା ଜନସାଧାରଣ ଉପ କୃତ ହୋଇପାରିବେ ବୋଲି ଦାବିପତ୍ରରେ ସ୍ପଷ୍ଟ ଦର୍ଶାଯାଇଛି |