Hot Posts

6/recent/ticker-posts

ବିଜେଡିରେ ମିଶିଲେ ଭାଜପା ସମିତି ଲୋକପ୍ରତିନିଧି

ବରୀ, ୨୭/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅଧୀନ ଅଟିରା ପଞ୍ଚାୟତ ସନ୍ଥନ ଛକଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଯୋଗଦେଇ ବିଜେଡି ଏକ ଶୃଙ୍ଖଳିତ ଦଳ। ଦଳରେ ନୀତିଆଦର୍ଶ ରହିଥ‌ିବାରୁ ବହୁ ବୁଦ୍ଧିଜୀବୀ, ଯୁବକ ଓ ଶିକ୍ଷାବିତ ମାର୍ଗଦର୍ଶକ ସାଜି ତୃଣମୂଳସ୍ତରରୁ ଦଳକୁ ସୁଦୃଢ଼ କରିଛନ୍ତି ବୋଲି କହିଥିଲେ। ଏହି ଅବସରରେ ଭାଜପା ସମର୍ଥାତ ଚନ୍ଦନପୁର ସରପଞ୍ଚ ଚପଳା ମଲ୍ଲ, ସାହୁପଡ଼ା ସମିତିସଭ୍ୟ ଶାନ୍ତିଲତା ଦଳେଇ, ଅଟିରା ସମିତିସଭ୍ୟ ପ୍ରୀତିରଞ୍ଜନ ଜେନା ପ୍ରମୁଖ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଭାଜପାର ବହୁ ପଞ୍ଚାୟତସ୍ତରୀୟ ନେତା ବିଜେଡିରେ ଯୋଗ ଦେବେ ବୋଲି ବିଧାୟକ ପ୍ରକାଶ କରିଥିଲେ।