Hot Posts

6/recent/ticker-posts

ବରୀ ପଞ୍ଚାୟତରେ ବାଟବଣା ମନରେଗା ଯୋଜନା: ଗଛ ଲଗାଇ ରକ୍ଷଣାବେକ୍ଷଣ ଭୁଲିଗଲେ

ବରୀ, ୨୩/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକର ବରୀ ପଞ୍ଚାୟତରେ ମନରେଗା ଯୋଜନା ବାଟବଣା ହୋଇ ପଡିଛି । ଏହି ଯୋଜନାରେ ଆସିଥିବା ଲକ୍ଷଲକ୍ଷ ଟଙ୍କା କୁ ବାଟମାରଣା କରାଯାଉଛି । ବୃକ୍ଷ ରୋପଣ ନାମରେ ଆସୁଥିବା ଟଙ୍କାରେ ବୃକ୍ଷ ରୋପଣ ହେଉଛି ସତ, ହେଲେ ଏହି ବୃକ୍ଷ କିଭଳି ବଞ୍ଚିବ ସେ ନେଇ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଫଳରେ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଛି । ନିକଟରେ ବରୀ-ରାମଚନ୍ଦ୍ରପୁର ରାସ୍ତାର ଚନ୍ଦନପୋଖରୀ ଠାରୁ ଧନୀ ସିଂ ଘର ପର୍ଯ୍ୟନ୍ତ ରାସ୍ତାର ଦୁଇ ପଟରେ ବୃକ୍ଷ ରୋପଣ ହୋଇଥିଲା । ହେଲେ ରକ୍ଷଣାବେକ୍ଷଣ ବେକ୍ଷଣ ଅଭାବରୁ ଏହି ଚାରାର ଅଧାରୁ ଅଧିକ ମରି ସାରିଲାଣି । ଲଗା ଯାଇଥିବା ଚାରା ଉପରେ ଅନାଵନା ଲଟା ମାଡିଥିଲା ବେଳେ ତାକୁ କେହି ସଫା କରୁ ନାହାନ୍ତି । ଦୀର୍ଘ ଦିନ ହେଲା ବର୍ଷା ନଥିଲା ବେଳେ ଗଛ ମୂଳରେ ପାଣି ମୁନ୍ଦେ ବି ଦିଆଯାଉନାହିଁ । ଫଳରେ ଏକ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଚାରା ରୋପଣ ନଷ୍ଟ ହେବାକୁ ବସିଛି । ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।