Hot Posts

6/recent/ticker-posts

ଖଜୁରୀପଡ଼ା ପୋଲିସ ପକ୍ଷରୁ ବଡ଼ଦିନ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ଫ୍ଲାଗ ମାର୍ଚ୍ଚ

କନ୍ଧମାଳ, ୨୩/୧୨ (ଅଚ୍ୟୁତ ଜାନୀ ଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ପୋଲିସ ପକ୍ଷରୁ ଆଜି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଆଜି ପୂର୍ବାହ୍ନ ଏଗାରଟା ସମୟରେ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ବରେ ଅଞ୍ଚଳରେ ବଡ଼ଦିନ କିପରି ଶାନ୍ତି ଶୃଙ୍ଖଳା ସହିତ ପାଳନ ହେବ ସେଥିପାଇଁ ବଜାରରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ବଡ଼ଦିନ ଯେତେ ପାଖେଇ ଆସୁଛି ସେତେ ,ବଜାର,ହାଟ, ଦୋକାନ ଗୁଡ଼ିକରେ ଭିଡ ଦେଖିବାକୁ ମିଳୁଛି ।ଖ୍ରୀଷ୍ଟ ଧର୍ମାବଲାମ୍ବୀ ଭାଈ ଭଉଣୀ ମାନେ ନିଜ ନିଜ ଗୃହ ଓ ଚର୍ଚ୍ଚ ଗୁଡିକରେ କିପରି ଶାନ୍ତି ଶୃଂଖଳା ସହ ଉତ୍ସବଟିକୁ ପାଳନ କରିବେ ସେଥିପାଇଁ ସଚେତନତା କରି କୌଣସି ପରିସ୍ଥିତି ଆସିଲେ ପୋଲିସ ପ୍ରଶାସନକୁ ଜଣାଇବା ସହିତ ପ୍ରଶାସନ ପକ୍ଷରୁ ସୁରକ୍ଷା ଉପରେ କଡା କଡି ଦୃଷ୍ଟି ରଖି ଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।