ତେନ୍ତୁଳୀଖୁଣ୍ଟି, ୧୧/୧୨ (ଶେଖର ଖୁରା) : ନବରଙ୍ଗପୁର ଜିଲ୍ଲା ମଣ୍ଡେଇ 2025 ଡ଼ିସେମ୍ବର 12 ତାରିଖ ରେ ଆରମ୍ଭ ହେଉଥିବା ଜିଲ୍ଲା ସ୍ତରୀୟ ମଣ୍ଡେଇ କୁ ଆଖି ଆଗରେ ରଖି ତେନ୍ତୁଳୀଖୁଣ୍ଟି ବ୍ଲକ ସ୍ତରୀୟ ମଣ୍ଡେଇ ଆଜି ବହୁ ଆଡମ୍ବର ସହକାରେ ବାଦ୍ୟ. ଗୀତ. ନାଚ୍ୟ ସହ ତେନ୍ତୁଳୀଖୁଣ୍ଟି ଥାନା ପରିସର ଥିବା ହନୁମାନ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ବହୁ ପଟୁଆର ସହିତ ଆନନ୍ଦରେ ବାଜା ର ତାଳେ ତାଳେ ନାଚି ନାଚି ବାଣ ଫୁଟାଇ ସଭା ଯାତ୍ରା କରି ଆୟୋଜିତ ହୋଇ ଥିବା ମଣ୍ଡେଇ ପଡିଆ ଠାରେ ପହଞ୍ଚି ଥିଲେ .l ଏହି ମଣ୍ଡେଇ ର ଆବାହକ ବ୍ଲକ ଅଧକ୍ଷା ଶ୍ରୀମତି ନିଁଳେନ୍ଦ୍ରି ନାୟକ ଉପାଧ୍ୟକ ରାଜେନ୍ଦ୍ର ବିଷୟୀ ତଥା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରି ମୋନଜ ପାଣିଗ୍ରାହୀ ଓ଼ ସମସ୍ତ ସରପଞ୍ଚ , ସମିତି ସଭ୍ୟ ସଭ୍ୟା, ମାନଙ୍କ ନିମନ୍ତ୍ରଣ ଙ୍କୁ ରକ୍ଷା କରି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଗୌରୀ ଶଙ୍କର ମାଝୀ. ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର, ରାଜ୍ୟ ସଭା ସାଂସଦ ପ୍ରତିନିଧି କାନୁଚରଣ ସିଂ ସାଧୁ. ବିଜେପି ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ଅଭିମନ୍ୟୁ ହରିଜନ, ଙ୍କ ସହ ବହୁ ବିଜେପି କର୍ମକର୍ତ୍ତା, କଂଗ୍ରେସ ବ୍ଲକ ସଭାପତି ପ୍ରୋହ୍ଲାଦ ହିଆଲ. ଭୀମ ପାଣିଗ୍ରାହୀ,, ଙ୍କ ସହ ବହୁ କଂଗ୍ରେସ କର୍ମକର୍ତ୍ତା. ବିଜେଡି ର କର୍ମକର୍ତ୍ତା ସହ ଆକର୍ଷିତ ଭାବେ ଅଞ୍ଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ . ତାହା ସହିତ ତେନ୍ତୁଳୀଖୁଣ୍ଟି ବ୍ଲକ ର ବରିଷ୍ଟ ରାଜନୀତିଜ୍ଞ ରାୟଣ ପାତ୍ର, ଙ୍କ ସହ ପୂର୍ବତନ ସମିତି ଅଧକ୍ଷା. ଅଧକ୍ଷ. ସରପଞ୍ଚ. ସମିତି ସଭ୍ୟା.ସଭ୍ୟ, ଓ଼ ଗଣ ପ୍ରତିନିଧି ମାନଙ୍କୁ ଉପଢ଼ାକୋନ ଦେଇ ମଣ୍ଡେଇ 2025 ଶ୍ରୁତି ର ମାନ ପତ୍ର ଦେଇ ସଂମାନ କରା ଯାଇଥିଲା ଏହି ମଣ୍ଡେଇ ର ଶାନ୍ତି ଶୃଙ୍ଖଳା ସୁରକ୍ଷା ପାଇ ତେନ୍ତୁଳୀଖୁଣ୍ଟି ପୋଲିସ ଅଧିକାରୀ ପ୍ରଣବ କୁମାର ଟୁଡୁ ଙ୍କ ନେତୃତ୍ୱ ରେ ପୋଲିସ ବାହିନୀ ଙ୍କୁ ମୁତୟନ କରାଯାଇଥିଲା ,ଓ଼ ରଙ୍ଗା ରଙ୍ଗ ଓ଼ ପାରମ୍ପରିକ ସଂସ୍କୃତି କଳା ର କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ତେନ୍ତୁଳୀଖୁଣ୍ଟି ବ୍ଲକର କର୍ମକର୍ତ୍ତାମାନେ ପୂର୍ଣ୍ଣ ମାତ୍ରା ରେ ସାହାଯ୍ୟ ସହଯୋଗତା କରିଥିଲେ l
ଜିଲ୍ଲା ପ୍ରତିନିଧି ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର

