କୋରାପୁଟ, ୧୪/୧୨ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ନିର୍ବାଚିତ କର୍ମକର୍ତ୍ତା ଘୋଷଣା ଓ କର୍ମକର୍ତ୍ତା ଙ୍କ ସପଥ ପାଠ ନିମନ୍ତେ ତା ୧୪.୧୨.୨୦୨୫ ରିଖ ଦିନ ଧାର୍ଯ୍ୟ କରିଥିଲେ ରାଜ୍ୟ ସଂଘ ଏ ନେଇ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ କରାଯାଇଥିଲା, ଏ ନେଇ ଓଡ଼ିଶା ଅମଲା ସଂଘ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀ ଶଶୀଭୂଷଣ ଦାଶ୍ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା, ଏଥିରେ ମାଲକାନଗିରି ଓ ନବରଙ୍ଗପୁର ର ନେତୃବୃନ୍ଦ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରିବା ସହିତ କୋରାପୁଟ ଜିଲ୍ଲା ଶାଖା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିଥିଲେ, ପ୍ରଥମେ ଶ୍ରୀ ଦାଶ୍ ସଭାକାର୍ଯ୍ୟ ଆରମ୍ଭ କରିବା ପୁର୍ବରୁ ଅତିଥି ମାନଙ୍କୁ ମଞ୍ଚାସିନ ହେବା ନିମନ୍ତେ ନିମନ୍ତ୍ରଣ କରିଥିଲେ ଓ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଗଣ ମାଧ୍ୟମ ପ୍ରତିନିଧି ମାନେ ଯେଉଁ ଭଳି ଭାବରେ ନିଃସ୍ଵାର୍ଥପର ସେବାରେ ନିଜକୁ ନିୟୋଜିତ କରିବା ସହିତ ନିରପେକ୍ଷ ଖବର ପ୍ରସାରଣ କରୁଛନ୍ତି ତେଣୁ ସେ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାଳଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ, ଜଣେ ଗଣ ମାଧ୍ୟମ ପ୍ରତିନିଧି ସ୍ବର୍ଗତ ଅଶୋକ ପଲେଇ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହୋରାଇଥିବା ଯୋଗୁ ଗଭିର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତ ଉପସ୍ଥିତ ସଦସ୍ୟମାନେ ୨ ମିନିଟ୍ ନିରୋବ ପ୍ରାର୍ଥନା କରିଥିଲେ ତା ପରେ ନିର୍ବାଚନ ପର୍ଯ୍ୟବେକ୍ଷକ ନିର୍ବାଚିତ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ, ସଭାପତି ଶ୍ରୀ ଜଗନ୍ନାଥ ମାଝୀ, ସମ୍ପାଦକ ଶ୍ରୀ ଜଗେନ୍ଦ୍ର ଚୈଧୁରି, କୋଷାଧ୍ୟକ୍ଷ ଶ୍ରୀ ନାଗେଶ୍ଵର ରାଓ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ, ଶ୍ରୀ ଓ୍ବାଇ ଶ୍ରୀନିବାସ ରାଓ ଅଧ୍ୟକ୍ଷ, ଶ୍ରୀ କୈଳାସ ସାମନ୍ତରାୟ ମୁଖ୍ୟ ଉପଦେଷ୍ଟା, ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ଓ ବୂନ୍ଦାବନ ପଣ୍ଡା, ଉପଦେଷ୍ଟା ଙ୍କ ସମେତ ସମସ୍ତ ପଦବି ନିମନ୍ତେ ଚୟନ କରାଯିବା ପର୍ଯ୍ୟବେକ୍ଷକ ଘୋଷଣା କରିଥିଲେ, ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ଶ୍ରୀ ଶ୍ୟାମସୁନ୍ଦର ନାୟକ ଓ ଅରୁଣ କୁମାର ରଥ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ
ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ ନବଦୂତ ନ୍ଯୁଜ.


